କୋର୍ଟରେ ପହଞ୍ଚିଲେ ରକୁଲପ୍ରୀତ ସିଂ

ନୂଆଦିଲ୍ଲୀ: ଅଭିନେତ୍ରୀ ରିୟାଙ୍କ ଡ୍ରଗ୍ସ ସଂମ୍ପୃକ୍ତି ମାମଲା ସାମ୍ନାକୁ ଆସିବା ପରେ ତାଙ୍କୁ ‘ଏନସିବି ‘ ପଚରାଉଚରା ଆରମ୍ଭ କରିଥିଲା । ଏହି ପଚରାଉଚରା ମଧ୍ୟରେ ରିୟା ଅଭିନେତ୍ରୀ ସାରା ଅଲି ଖାନ ଏବଂ ରକୁଲପ୍ରୀତଙ୍କ ନାଁ ସହ ସେମାନେ ଡ୍ରଗ୍ସ ନେଉଥିବା ଦାବି କରିଥିଲେ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ କୋର୍ଟରେ ରକୁଲପ୍ରୀତ ସିଂ ପହଞ୍ଚିଛନ୍ତି।

ରକୁଲପ୍ରୀତ ସିଂ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚି ପିଟିସନ ଦାଖଲ କରିଛନ୍ତି । ପିଟିସନରେ ତାଙ୍କ ବିରୁଦ୍ଧରେ ହୋଇଥିବା ମିଡିଆ କଭରେଜକୁ ରୋକିବା ପାଇଁ ସେ ନିବେଦନ କରିଛନ୍ତି । ଯେଉଁଥିରେ ତାଙ୍କ ଇମେଜ ଖରାପ କରିବା ପାଇଁ ଚେଷ୍ଟା କରାଯାଉଥିବା ସେ ଦର୍ଶାଇଛନ୍ତି । ଆଉ ଏହି ମାମଲାକୁ ନେଇ କୋର୍ଟର ଶୁଣାଣି ଜାରି ରହିଛି ।

ସେହିଭଳି ରକୁଲ କୋର୍ଟରେ କହିଛନ୍ତି କି, ରିୟାଙ୍କ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ମିଡିଆ ଟ୍ରାଏଲ ଜାରି ରହିଛି । ତାଙ୍କୁ ନେଇ କୌଣସି ମିଡିଆ କଭରେଜକୁ ସୁଯୋଗ ନଦେବା ଲାଗି ଇଡିକୁ ନିର୍ଦ୍ଦେଶ ଦେବା ପାଇଁ ସେ କୋର୍ଟରେ ପିଟିସନ ଦାଖଲ କରିଛନ୍ତି । ତାଙ୍କୁ ଜାଣିଶୁଣି ବଦନାମ କରାଯାଉଥିବାରୁ କୋର୍ଟକୁ ଏଭଳି ନିବେଦନ କରିଥିବା ରକୁଲପ୍ରୀତଙ୍କ ଓକିଲ କହିଛନ୍ତି ।

ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ସମସ୍ତ ମିଡିଆ ଚ୍ୟାନେଲକୁ ସଂଯମତାର ସହିତ କାମ କରିବାକୁ କହିଛନ୍ତି । ମିଡିଆ ଚ୍ୟାନେଲ ଗୁଡ଼ିକୁ ଇଣ୍ଟରିମ ଡାଇରେକ୍ସନ ଦେବା ପାଇଁ ହାଇକୋର୍ଟ କେନ୍ଦ୍ର ସରକାର, ନ୍ୟାସନାଲ ବ୍ରଡକାଷ୍ଟର ଆସୋସିଏସନ, ପ୍ରସାର ଭାରତୀ ଏବଂ ପ୍ରେସ କାଉଂସିଲିଂକୁ କହିଛନ୍ତି ।