ଟ୍ୱିନସିଟି ଲାଗି ନୂଆ କରୋନା ରଣନୀତି

ଭୁବନେଶ୍ୱର(ଏସ୍ ନ୍ୟୁଜ ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ କିଛି ଆମାନିଆଙ୍କ ପାଇଁ କଟକ-ଭୁବନେଶ୍ୱରରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ଟ୍ୱିନସିଟି କୋରୋନା ସ୍ଥିତିର ମୁକାବିଲା ନେଇ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି । ବାରମ୍ବାର କଟକ ଭୁବନେଶ୍ୱେର ରେ କରୋନା ନିୟମ ଉଲ୍ଲଘଂନ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ଡିଜିପି ଏହି ନୂଆ ରଣନୀତି ଲାଗୁ ପାଇଁ ନିର୍ଦେଶ ଦେଇଛନ୍ତି ।

ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ଦ୍ବୈତ ନଗରୀର ଆଇଆଇସି, ଏସିପି ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଛନ୍ତି। କୋଭିଡ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟ ପୁଲିସ ବିଭାଗ ନିଷ୍ପତ୍ତି କରିଛି ।

ଏନେଇ ଡିଜିପି ଅଭୟ ସୂଚନା ଦେଇ କହିଛନ୍ତି ଯେ, ‘କୋଭିଡ ଯାଞ୍ଚ ପାଇଁ ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯିବ । ପ୍ରତି ଜୋନ୍ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ଡିସିପି । ଯାଞ୍ଚ ପାଇଁ ଅଧିକ ୫୦ ଅଫିସର ଏବଂ ୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରିବେ । ମାର୍କେଟ ଅଞ୍ଚଚଳରେ ଅମାନିଆ ଏନଫୋର୍ସମେଣ୍ଟ ଟିମ ରହି ଆମାନିଆମାନଙ୍କୁ ସାବାଡ଼ କରିବେ। ଏଥିପାଇଁ ଟ୍ୱିନ୍ ସିଟିର ପୋଲିସଙ୍କୁ ଅଧିକ ପିପିଇ କିଟ୍ ଦିଆଯିବ ।

ଏହା ସହ ଡିଜିପି କହିଛନ୍ତି ଯେ, କରୋନା ଆକ୍ରାନ୍ତ ପୋଲିସକୁ ଯୋଗାଯିବ ଉନ୍ନତ ଚିକିତ୍ସା । ସାପ୍ତାହିକ ଛୁଟିରେ କଟକ-ଭୁବନେଶ୍ୱରରେ ଅଧିକ ପୋଲିସ ମୁତୟନ ହେବେ । ବଜାରରେ ଏବଂ ହଟସ୍ପଟରେ କଡ଼ାକଡ଼ି ହେବ କୋଭିଡ ଯାଞ୍ଚ ।’ ତେବେ ଏହି ବୈଠକରେ ୨ ଡିସିପି, ପୋଲିସ କମିସନର, ଆଇନ ଶୃଙ୍ଖଳାର ଆଇଜି ଉପସ୍ଥିତ ଥିଲେ ।