ଟି-୨୦: କୋହଲି ଓ ପନ୍ତଙ୍କୁ ବିଶ୍ରାମ

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ଖେଳିବେନି ବିରାଟ କୋହଲି ଓ ରିଷଭ ପନ୍ତ । ସେହିପରି ପନ୍ତ ଓ କୋହଲିଙ୍କୁ ବିସିସିଆଇ ୧୦ ଦିନିକିଆ ଛୁଟିରେ ପଠାଇଛି । ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବାକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଉଭୟ ଦଳରେ ଯୋଗଦେବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଗୁଆ ସିରିଜ୍‌ ଜିତି ସାରିଥିବାରୁ ବିସିସିଆଇ ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ବିଶ୍ରାମ ଦେଇଛି ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୱାର୍କଲୋଡ ଓ ମାନସିକ ସ୍ଥିତିରେ ସନ୍ତୁଳନ ଆଣିବାକୁ ବିସିସିଆଇ ସବୁ ଫର୍ମାଟରେ ଖେଳୁଥିବା କ୍ରିକେଟରଙ୍କୁ ନିୟମିତ ଛୁଟିରେ ଛାଡିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ ପନ୍ତ ଓ ବିରାଟ ଛୁଟିରେ ପଠାଇଛନ୍ତି ।