କରୋନାର ନୂଆ ଭାରିଏଣ୍ଟ ପାଇଁ ସଙ୍କଟରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଦକ୍ଷିଣ ଆଫ୍ରିକାରେ ଏବେ କରୋନାର ନୂଆ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ସେଠାରେ ତାଣ୍ଡ ରଚାଉଛି । ଅନେକ ଦେଶ ମଧ୍ୟ ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ କଟକଣା ନେଇ ତର୍ଜମା କରୁଛନ୍ତି ।

ଏନେଇ ଭାରତୀୟ ଏ’ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି । ଭାରତୀୟ ଦଳ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାଳରେ ତିନି ମ୍ୟାଚର ଟେଷ୍ଟ, ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି । ଦକ୍ଷିଣ ଆଫ୍ରିକା ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ୟୁକେ କଟକଣା ଲଗାଇବାକୁ ଯାଉଛି । ସେହିପରି ଅନେକ ଦେଶ ଏହି ଯାତ୍ରା ଉପରେ ମଧ୍ୟ କଟକଣା ଲଗାଇବାର ଆଶା କରାଯାଉଛି । ନୂତନ ଭାରିଏଣ୍ଟ ଦ୍ରୁତଗତିରେ ଜଣଙ୍କଠୁ ଅନ୍ୟଜଣଙ୍କୁ ବ୍ୟାପିଥାଏ