ବିଶ୍ୱକପ୍‌ ଫାଇନାଲ: ନିର୍ବାଚନ ଖର୍ଚ୍ଚ ପାଇଯିବ ବିଜେପି

ଗୁଜୁରାଟର ଅହମ୍ମଦାବାଦ ଅନ୍ତର୍ଗତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପ୍‌ ଖେଳ। ଦୁଇ ମହା ଶକ୍ତିଶାଳୀ ଟିମ୍‌ ଭାରତ-ଅଷ୍ଟ୍ରେଲିୟାର ମହାମୁକାବିଲା ଦେଖିବା ପାଇଁ ଦେଶବିଦେଶରୁ ହଜାର ହଜାର ଦର୍ଶକ ଧାଇଁ ଯାଇଛନ୍ତି ଅହମ୍ମଦାବାଦ । ଦର୍ଶକଙ୍କ ଭିଡ଼ରୁ ଫାଇଦା ଉଠାଇବା ପାଇଁ ସହରର ପ୍ରତିଟି ଛୋଟବଡ଼ ହୋଟେଲ, ଷ୍ଟେ ହୋମ୍‌, ଲଜ୍‌ ରୁମ ରେଟ୍‌ ଆକାଶ ଛୁଅାଁ କରିଛନ୍ତି । ହାଇ ପ୍ରୋଫାଇଲ୍‌ ମ୍ୟାଚ୍‌ ଦେଖିବା ପାଇଁ ସମ୍ଭ୍ରାନ୍ତ ପରିବାର ହାଇ୍‌ ପ୍ରାଇସ୍‌ ବିନିମୟରେ ରୁମଟିଏ ପାଇ ଯାଉଛନ୍ତି ।

ଅନ୍ୟମାନେ ବସଷ୍ଟାଣ୍ଡ, ରେଳ ଷ୍ଟେସନରେ ରାତି କଟାଉଥିବା ଦେଖିବାକୁ ମିଳିଛି । ଗୁଜରାଟ ସରକାର କ୍ରିକେଟ୍‌ ପାଣିପାଗ ଓ ଦର୍ଶକଙ୍କ ସମାଗମକୁ ଭଲ ଭାବେ ଜାଣି ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି । ତା’ର କାରଣ ଗୁଜରାଟ ବିଜେପି ଅପେକ୍ଷା ପ୍ରଧାନମନ୍ତ୍ରୀ ମୋଦୀ ଭଲ ଭାବେ ଜାଣନ୍ତି ।

ଭାରତ-ଅଷ୍ଟ୍ରେଲିୟା ମ୍ୟାଚ୍‌ରୁ ଲୋକସଭା ନିର୍ବାଚନ ଖର୍ଚ୍ଚ ଉଠାଇବା ପାଇଁ ମୋଦୀଙ୍କ ଟିମ୍‌ ଭଲ ରାସ୍ତାଟିଏ ବାଛି ନେଇଛନ୍ତି । ରାତିକ ରହିବାକୁ ୨ ଲକ୍ଷ ଟଙ୍କା ଗଣିବାକୁ ପଡୁଛି । ପ୍ରତି ଟିକେଟ ପ୍ରାୟ ଦେଢ଼ଲକ୍ଷ ଟଙ୍କାରେ ବିକାଯାଉଛି । ବିଶ୍ୱର ସର୍ବବୃହତ୍‌ ଷ୍ଟାଡିୟମ ଦର୍ଶକରେ ଭରପୁର ହେବା ସୁନିଶ୍ଚିତ । ହୋଟେଲ ମାଲିକମାନେ ଧାର୍ଯ୍ୟ ଦରଠାରୁ ଢେର ଅଧିକ ଆୟ କରି ବିଜେପିକୁ ଚାନ୍ଦା ଆକାରରେ ଭେଟି ଦେବେ । ସେହି ଚାନ୍ଦାକୁ ନିର୍ବାଚନରେ ଖର୍ଚ୍ଚ କରିବ ବିଜେପି ।

ତେଣୁ ଶେଷ ମୁହୂର୍ତରେ ଗୁଜରାଟ ସରକାର ମଧ୍ୟମ ବର୍ଗର ଦର୍ଶକଙ୍କ ପାଇଁ ରାତି କଟାଇବାର ବନ୍ଦୋବସ୍ତ କରିଛନ୍ତି । ଯାହା କେବଳ ଧର୍ମକୁ ଆଖିଠାର ।