ପୁଣି ଥରେ ବିଶ୍ବକପ୍‌ ଫାଇନାଲ୍‌ରେ ଦୁଇ ମହାଶକ୍ତି ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ

ବିଶ୍ବକପ୍‌ ଫାଇନାଲ୍‌ରେ ଦୁଇ ମହାଶକ୍ତି ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ‌ହେବାକୁ ଯାଉଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅପରାହ୍ଣ ୨ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ବିଶ୍ବକପ୍‌ରେ ଅପରାଜେୟ ଥିବା ଭାରତ ସବୁଠୁ ଅଧିକ ପସନ୍ଦର ଦଳ ହୋଇଥିଲା ବେଳେ, ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଆଉ ପଛକୁ ଅନାଇ ନାହିଁ।

ସେହିପରି ଦେଖିବାକୁଗଲେ, ଭାରତ ଏବେ ଯେଭଳି ଭାବେ ଗତି କରୁଛି, ଏହି ଅପରାଜେୟ ଦଳକୁ ରୋକିବା ଅଷ୍ଟ୍ରେଲିଆ ପାଇଁ ସହଜ ହେବ ନାହିଁ। ଗତ ୧୨ ବର୍ଷ ମଧ୍ୟରେ ଭାରତ ଏକାଧିକ ଥର ‌ଆଇସିସି ଇଭେଣ୍ଟ୍‌ର ସେମିଫାଇନାଲ୍ କିମ୍ବା ଫାଇନାଲ୍ ପର୍ଯ୍ୟନ୍ତ ଆସିଥିଲେ ବି ଟ୍ରଫି ଧରିବାରେ ବିଫଳ ହୋଇଛି। ତେବେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନ କରିବାକୁ କଙ୍ଗାରୁ ଦଳ ପୂରା ଶକ୍ତି ଲଗାଇ ଦେଇଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆକୁ ‌ଦୁର୍ବଳ ଭାବିବା ମଧ୍ୟ ବୋକାମି ହୋଇପାରେ। ଏହି ଦଳ ୭ଥର ବିଶ୍ବକପ୍‌ ଫାଇନାଲ୍‌କୁ ଆସିଥିଲା ବେଳେ ୫ଥର ବିଜେତା ହୋଇଛି। ଏହାକୁ ଦେଖିଲେ ଅନୁମାନ କରାଯାଇପାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ମହାମୁକାବିଲା ଦର୍ଶକମାନଙ୍କ ପାଇଁ ଅନେକ ରୋମାଞ୍ଚକ ହେବ।