ନବୀନବାବୁଙ୍କର ଚଉକି ଛାଡ଼ିବା ବେଳ ପାଖେଇଲାଣି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ବୁଲୁଛନ୍ତି..

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ମହାମନ୍ତ୍ରୀ କପିଳେଶ୍ୱରଙ୍କୁ ଖାଡ଼ା ଉପାସ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ବୁଲୁଛନ୍ତି । ଏକାମ୍ର କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ରହୁଛନ୍ତି; ମହାପ୍ରଭୁ ଲିଙ୍ଗରାଜ ଓ ମହାମନ୍ତ୍ରୀ କପିଳେଶ୍ୱରଙ୍କୁ ଭୋକରେ ରଖୁଛନ୍ତି ସେବାୟତ ଗୋଷ୍ଠୀ । ସେବାୟତ ମହଲକୁ ନାଲିଆଖି ଦେଖାଇ ପ୍ରଶାସନ କାମ ଆଦାୟ କରିବାକୁ ବସୁଛି । ସେବାୟତ ଓ ପ୍ରଶାସନ ବିବାଦରେ ଫସି ଯାଇଛନ୍ତି ଲିଙ୍ଗରାଜ ଓ କପିଳେଶ୍ୱର । ଚଳିତ ଶିବରାତ୍ରୀ ଦିନ ରାତି ଗୋଟାଏ ଆଠ ମିନିଟ୍‌ରେ ଲିଙ୍ଗରାଜ ମନ୍ଦିର ଶୀର୍ଷକୁ ମହାଦୀପ ଉଠିବା ପଛରେ ସେବାୟତ-ପ୍ରଶାସନ ଭିଡାଭିଡ଼ି ଦାୟୀ ।

ପବିତ୍ର ମହା ଶିବରାତ୍ରୀ ଦିନ କପିଳେଶ୍ୱର ପୀଠରେ ମହାଦୀପ ଉଠିଲାନି । ଠାକୁରଙ୍କ ସେବା ହେଲାନି । ମନ୍ଦିରରେ ତାଲା ଝୁଲିଲା । ତିନିଦିନ ହେଲାଣି କପିଳେଶ୍ୱର ଗ୍ରାମରେ ବସବାସ କରୁଥିବା ମଲିଆ ପରିବାର ଆରାମରେ ଖାଇପିଇ ବୁଲୁଛନ୍ତି; ହେଲେ ଥାନପତି କପିଳେଶ୍ୱର ଅଖିଆ ଅପିଆ । ଏକପ୍ରକାର ବନ୍ଦୀ ଜୀବନ କାଟୁଛନ୍ତି ପ୍ରଭୁ କପିଳେଶ୍ୱର । ପୁଲିସ ଘେରାବନ୍ଦୀ ଭିତରେ ରହିଛନ୍ତି କପିଳେଶ୍ୱର । ସେବାୟତ ବୁଝିବାକୁ ନାରାଜ ।

ଶ୍ରଦ୍ଧାଳୁଙ୍କ ମନରେ ନାହିଁ ନଥିବା କ୍ଷୋଭ । ‘ପ୍ରଭୁଙ୍କୁ ଭୋକ ଉପାସରେ ରଖି ଆରାମ କରୁଛ । ତମକୁ ଧର୍ମ ସହିବ ନାହିଁ । ଆଗାମୀ ନିର୍ବାଚନରେ ବିଜେଡିର ପରାଜୟ ବାଟ ଫିଟୁଛି । ନବୀନ ପଟ୍ଟନାୟକଙ୍କର ଚଉକି ଛାଡ଼ିବା ବେଳ ପାଖେଇ ଆସିଲାଣି ।’