ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ପୁଣି ୧୫ କରୋନା ସଂକ୍ରମିତଙ୍କ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮ ଛୁଇଁଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ବାଲେଶ୍ୱର, ଭୁବନେଶ୍ୱର ଏବଂ କଟକରୁ ୩ ଜଣ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ପୁରୀରୁ ୨ ଜଣ ଏବଂ ସୁନ୍ଦରଗଡ଼, ନବରଙ୍ଗପୁର, ଝାରସୁଗୁଡ଼ା ଓ ବଲାଙ୍ଗୀରରୁ ଜଣେ ଲେଖାଁଏ ସଂକ୍ରମିତଙ୍କ ଜୀବନ ଯାଇଛି। ସେହିଭଳି ରାଜ୍ୟରେ ଆଜି ୩୦୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୫ ହଜାର ପାର୍ କରିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୫୫, କଟକରୁ ୨୩୦, ପୁରୀରୁ ୧୭୮, ବାଲେଶ୍ୱରରୁ ୧୪୬, ମୟୁରଭଞ୍ଜରୁ ୧୪୩, ଆନୁଗୋଳରୁ ୧୨୯ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳରୁ ୨୧୧ ଜଣ ପଜିଟିଭ୍ ବାହାରିଛନ୍ତି। ରାଜ୍ୟରେ ବର୍ତ୍ତମାନ ୩୭ ହଜାର ୨୧୦ ଆକ୍ଟିଭ୍ ମାମଲା ରହିଥିବା ବେଳେ ମୋଟ ୧ ଲକ୍ଷ ୭୭ ହଜାର ୫୮୫ ଜଣ ସୁସ୍ଥ ହେଲେଣି।