ପ୍ରବାସୀଙ୍କ ପାଇଁ ୩ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ପୁଣି କାର୍ଯ୍ୟକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ ଲାଗି ପ୍ରବାସୀ ଓଡ଼ିଆ ଚାହିଁ ରହିଥିବା ବେଳେ ଭଲ ଖବର ଆସି ପହଞ୍ଚିଛି। ସେମାନଙ୍କ ସୁବିଧା ଲାଗି ଆସନ୍ତା ସେପ୍ଟେମ୍ବର ୧୨ ତାରିଖରୁ ଓଡ଼ିଶାରୁ ବାହାର ରାଜ୍ୟରୁ ଗଡ଼ିବ ୩ଟି ସ୍ୱତନ୍ତ୍ର ଟ୍ରେନ୍। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଏହି ତିନୋଟି ସ୍ବତନ୍ତ୍ର ଟ୍ରେନ୍ ହେଲା ପୁରୀ -ଅହମ୍ମଦାବାଦ ଏକ୍ସପ୍ରେସ, ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ଏବଂ ପୁରୀ-ଓଖା ଏକ୍ସପ୍ରେସ। ପ୍ରତ୍ୟକଟିରୁ ଦୁଇଟି ଲେଖାଁଏ ଟ୍ରେନ୍ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଏହାବାଦ ଶ୍ରମିକ ସ୍ପେସିଆଲ୍ ଏବଂ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରଣାଳୟ କହିଛି। ଏ ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଏନେଇ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର। ମହାରାଷ୍ଟ୍ର, ଗୁଜରାଟ ଏବଂ କର୍ଣ୍ଣାଟକ ଭଳି ରାଜ୍ୟକୁ ପ୍ରବାସୀଙ୍କ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ନିମନ୍ତେ ଶ୍ରମିକ ସ୍ପେସିଆଲ୍ ଟ୍ରେନ୍ ପୁନଶ୍ଚ ଚଳାଚଳ ଲାଗି ସେ ଅନୁରୋଧ କରିଥିଲେ। ମୌସୁମୀ ଋତୁରେ ବସ୍ ଯାତ୍ରା ବିପଦଜନକ ଥିବା ସେ ଦର୍ଶାଇଥିଲେ। ନିକଟରେ ବସ ଯୋଗେ ସୁରଟ ଫେରୁଥିବା ବେଳେ ରାୟପୁର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ୮ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା।

171 Shramik Special trains operated since 1 May ferrying over 1.70 lakh  migrants: Railways

ସାରାଦେଶରେ ଲକଡାଉନ ଲାଗୁ ହେବାପରେ ବିଭିନ୍ନ ରାଜ୍ୟରୁ ବେରୋଜଗାର ହୋଇ ପ୍ରାୟ ୯ ଲକ୍ଷ ଛବିସ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରିଥିଲେ। ସେମାନଙ୍କ ମଧ୍ୟରୁ ୩.୫୮ ଲକ୍ଷ ଶ୍ରମିକ ୨୫୬ ସ୍ୱତନ୍ତ୍ର ଟ୍ରେନରେ ଆସିଥିଲେ l ଆଉ ବଳକା ବସ, କାର, ବାଇକ, ଟ୍ୟାକ୍ସି ଓ ଚାଲି ଚାଲି ଫେରିଥିଲେ l ଫେରନ୍ତାଙ୍କ ମଧ୍ୟରେ ଥିଲେ ସାଢେ ୫ ଲକ୍ଷ ଅଣକୁଶଳୀ ଶ୍ରମିକ l ଯେଉଁମାନେ ପେଟ ପାଟଣା ପାଇଁ ବର୍ତ୍ତମାନ କର୍ମକ୍ଷେତ୍ରକୁ ଫେରିବାକୁ ଚାହୁଁଛନ୍ତି।