୩୦ ଜିଲ୍ଲାରୁ ୩୫୪୩ ପଜିଟିଭ୍, ଖୋର୍ଦ୍ଧାରୁ ୮୭୮

ଭୁବନେଶ୍ୱର(ଏସ୍ ନ୍ୟୁଜ): ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୫୪୩ ନୂଆ କରୋନା ଆକ୍ରାନ୍ତ। ସେହିଭଳି ପୁଣି ଖୋର୍ଦ୍ଧାରୁ ୮୦୦ ଉପରେ ପଜିଟିଭ୍ ବାହାରିଛନ୍ତି। ହୁ ହୁ ହୋଇ ବଢ଼ିଚାଲିଥିବା ମାମଲା ଚିନ୍ତାଜନକ ଥିବାବେଳେ ପୁଣି ୭ ଜଣଙ୍କ ଜୀବନ ଯାଇଛି।

୩୦ଟି ଜିଲ୍ଲାରୁ ୩୫୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୨୧୬୧ ଓ ଅନ୍ୟାନ୍ୟ ସ୍ଥାନରୁ ୧୩୮୨ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୮ ଜଣ, ମୟୂରଭଞ୍ଜରୁ ୩୨୬ ଜଣ, କଟକରୁ ୨୯୫ଜଣ, ବରଗଡ଼ରୁ ୨୭୪ ଜଣ, ଯାଜପୁରରୁ ୨୦୬ ଜଣ, ବାଲେଶ୍ବରରୁ ୧୫୩ ଜଣ, ଗଞ୍ଜାମରୁ ୧୦୨ ଜଣ,ସୋନପୁରରୁ ୯୯ ଜଣ, ନୂଆପଡାରୁ ୯୮ ଜଣ, କୋରାପୁଟରୁ ୯୦ ଜଣ, ଝାରସୁଗୁଡାରୁ ୮୭ ଜଣ, ଜଗତସିଂହପୁରରୁ ୮୫ ଜଣ, ସମ୍ବଲପୁରରୁ ୮୩ ଜଣ, ଢ଼େଙ୍କାନଳରୁ ୬୯ ଜଣ, ଅନୁଗୁଳରୁ ୬୮ ଜଣ, ବୌଦ୍ଧରୁ ୬୭ ଜଣ, ରାୟଗଡ଼ାରୁ ୬୭ ଜଣ, ପୁରୀରୁ ୬୧ ଜଣ, ସୁନ୍ଦରଗଡ଼ରୁ ୫୬ ଜଣ, ଭଦ୍ରକରୁ ୫୦ ଜଣ, କେନ୍ଦ୍ରାପଡ଼ାରୁ ୪୮ ଜଣ, କେନ୍ଦୁଝରରୁ ୪୪ ଜଣ, କନ୍ଧମାଳରୁ ୩୮ ଜଣ, କଳାହାଣ୍ଡିରୁ ୩୭ ଜଣ,ବଲାଙ୍ଗୀରରୁ ୩୭ ଜଣ, ନୟାଗଡ଼ରୁ ୩୪ ଜଣ, ନବରଙ୍ଗପୁରରୁ ୩୩ ଜଣ, ଗଜପତିରୁ ୨୯ ଜଣ, ମାଲକାନଗିରିରୁ ୨୫ ଜଣ, ଦେବଗଡ଼ରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ଲକ୍ଷ ୨୦ହଜାର୨୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୯,୨୯୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୦ ହଜାର ୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ୫୩୧ ଜଣଙ୍କର କରୋନା ସକାଶେ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୨୦,୪୮,୦୦୮ସାମ୍ପୁଲ ଟେଷ୍ଟ୍ ହୋଇଛି।