ଗାଡ଼ି ଧକ୍କାରେ ୪ବାଛୁରୀ ମୃତ

ପିପିଲି: ପୁରୀ ଜାତୀୟ ରାଜପଥର ତେଇଶିପୁର ପେଟ୍ରୋଲ ଟାଙ୍କି ନିକଟରେ ଅଜଣା ଗାଡି ଧକ୍କାରେ ୪ଟି ବାଛୁରୀଙ୍କ ମୃତ୍ୟୁ ଘଟିଛି l ମଙ୍ଗଳବାର ବିଳମ୍ବିତ ରାତ୍ରିରେ ରାସ୍ତା ଉପରେ ବୁଲୁଥିବା ଏହି ବାଛୁରୀଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଥିଲା l ଫଳରେ ସମସ୍ତ ବାଛୁରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା l ବୁଧବାର ସକାଳେ ମୃତ ବାଛୁରୀ ରାସ୍ତା ଉପରେ ପଡ଼ିଥିବାର ଦେଖିବାକୁ ମିଳିଥିଲା l ଖବର ପାଇ ଜାତୀୟ ରାଜପଥ ବିଭାଗର ଗାଡି ସେଠାରେ ପହଞ୍ଚି ମୃତ ବାଛୁରୀଙ୍କୁ ରାସ୍ତା ଉପରୁ ଉଠାଇ ଥିବା ସୂଚନା ମିଳିଛି l