ରାଜ୍ୟବାସୀଙ୍କ ମୁଣ୍ଡରେ ନବୀନବାବୁ ଲଦିଲେ ୯୭ ହଜାର ୨୦୫ କୋଟି

କାଳିଆ ଟଙ୍କା ଆକାରରେ ମୁଖ୍ୟମନ୍ତ୍ରୀ ନବୀନବାବୁ ଯାହା ଦେଇଛନ୍ତି, ଆପଣଙ୍କ ପାଖରେ ତାର ହିସାବ ଅଛି ହେଲେ ସେ ବାବଦକୁ ପ୍ରତି ଚାଷୀଙ୍କ ମୁଣ୍ଡରେ ନବୀନବାବୁ ଲଦିଛନ୍ତି ୨୨ ହଜାର ଟଙ୍କା ଓ ଏଥିରୁ ବିଚାର କରନ୍ତୁ ନବୀନ ବାବୁ ଆପଣଙ୍କ ମଙ୍ଗଳ ପାଇଁ କାଳିଆ ଟଙ୍କା ଦେଇଛନ୍ତି ନା ଆପଣଙ୍କ ପିଲାଛୁଆଙ୍କୁ ବଡ ଦାଣ୍ଡରେ ଭିକ ମାଗିବାକୁ ବାଟ ଫିଟାଇଛନ୍ତି ଓ କେବଳ ସେତିକି ନୁହେଁ ଗର୍ଭବତୀ ମାଙ୍କୁ ସୁଷମ ଭୋଜନ, ଲୌହ ବଟିକା ବାବଦକୁ ଦିଆ ଯାଉଥିବା ସାହାଯ୍ୟ ବାବଦକୁ ମଧ୍ୟ ଉଭୟ ମା ଓ ପେଟର ଛୁଆ ମୁଣ୍ଡରେ ୨୨ ହଜାର ଟଙ୍କା ଋଣ ବୋଝ ଲଦି ଦେଇଛନ୍ତି ନବୀନ ବାବୁ ଓ
ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୧ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟର ଋଣ ଭାର ଥିଲା ୧ଲକ୍ଷ ୪ହଜାର ୪୫୨କୋଟି ୨୬ଲକ୍ଷ ଟଙ୍କା। ୨୦୨୧-୨୨ ଆର୍ଥିକ ବର୍ଷରେ ୭୨୪୭.୨୩କୋଟି ଟଙ୍କା ପରିଶୋଧ ଫଳରେ ମୋଟ ଋଣ ଭାର ୯୭୨୦୫.୦୩କୋଟିରେ ପହଞ୍ଚିଥିଲା। ୨୦୨୨ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟର ଋଣ ଭାର ୯୭୨୦୫.୦୩ କୋଟି ଥିବାବେଳେ ଇତିମଧ୍ୟରେ ୬୭୫୩.୫୨ କୋଟି ପରିଶୋଧ ଫଳରେ ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ଋଣ ପରିମାଣ ୯୦୪୫୧.୫୧ କୋଟି ଟଙ୍କାରେ ରହିଛି। ରାଜ୍ୟର ଋଣ ଭାର ଏବଂ ମୁଣ୍ଡ ପିଛା ଋଣ ପରିମାଣ କେତେ ଅଛି, ସେ ସଂକ୍ରାନ୍ତରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟରେ ମୁଣ୍ଡପିଛା ଋଣ ପରିମାଣ ଥିଲା ୨୨୦୪୨ଟଙ୍କା।

୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟ ସରକାରଙ୍କ ମୋଟ ଋଣ ଭାର ଥିଲା ୯୭୨୦୫.୦୩ କୋଟି ଟଙ୍କା। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫,୫୮୯କୋଟି ଟଙ୍କା ଋଣ ଆହରଣ ଏବଂ ୧୪ହଜାର ୧କୋଟି ୩୧ଲକ୍ଷ ଟଙ୍କା ଋଣ ପରିଶୋଧ ପାଇଁ ବଜେଟରେ ବ୍ୟବସ୍ଥା କରିଛନ୍ତି।