ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ

ଯାଜପୁର: ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ ।  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ଅମିୟ ଦାଶ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଜଣେ ଶିକ୍ଷକଙ୍କ ନିକଟରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳ ମାଡ଼ିବସିଲା ଭିଜିଲାନ୍ସ । ଶିକ୍ଷକଙ୍କ ବକେୟା ଦରମା କରାଇଦେବାକୁ କହି ଅମୀୟ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପରେ ଭିଜିଲାନ୍ସ ପକ୍ଷରୁ ଅମିୟଙ୍କ ପୈତୃକ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଏହି ଚଢ଼ାଉରେ ଭିଜିଲାନ୍ସର ଅନେକ ଅଧିକାରୀ ନୟୋଜିତ ରହିଥିବା ସୂଚନା ରହିଛି ।