ଇନର ହ୍ବିଲ କ୍ଲବ ପକ୍ଷରୁ ସଚେତନେତା କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦୁଝର: ଅଙ୍ଗ ଦାନ ମହାପୁଣ୍ୟ ଏହା ଦ୍ୱାରା ଅନ୍ୟର ଜୀବନ ବଞ୍ଚାଇ ହେବ । ତେଣୁ କେନ୍ଦୁଝର ଇନର ହ୍ବିଲ କ୍ଲବ ପକ୍ଷରୁ କେନ୍ଦୁଝର ସହରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ କଲେକ୍ଟରେଟ ପରିସରରୁ କ୍ଲବର ସଦସ୍ୟା ମାନେ ସମେବେତ ହୋଇ ଏହାର ଶୁଭାରମ୍ଭ କରି ଥିଲେ । ନିଜ କିଡିନୀ, ଚକ୍ଷୁ, ଲିଭର ଜଣେ ଆବଶ୍ୟକ ବେଳେ ଦାନ କଲେ ଅନ୍ୟର କାମରେ ଲାଗି ପାରିବ। ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କଲେ ତୁରନ୍ତ ସହମତି ଥିଲେ ଏସବୁ ସଂଗ୍ରହ କରି ସଂରକ୍ଷଣ କରି ଅନ୍ୟ ଲୋକ ପାଖେ ପ୍ରତ୍ୟାର୍ପଣ କରି ହେବ ସେମାନେ କହି ଥିଲେ । ଏହାପରେ ବ୍ୟାନର ସଜ୍ଜିତ ଅଟୋ ମାନେ ସେଥରୁ ବାହାରି ନଗର ପରିକ୍ରମା କରି ଥିଲେ । ରାଜଲକ୍ଷ୍ମୀ ସ୍ବାଇଁ, ସସ୍ମିତା ପ୍ରଧାନ, ସୋନାଲି ସିଂହ , ରିତୁ କାପୁର ଇନର ହ୍ବିଲ କ୍ଲବ ସଦସ୍ୟା ଓ କର୍ମକର୍ତ୍ତା ମାନେ ଏହାର ନେତୃତ୍ୱ ନେଇ ଥିଲେ ।