ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀଙ୍କ ଘରେ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ, ଚୌଦ୍ୱାର, ନୂଆପଡ଼ାର ୬ଟି ସ୍ଥାନରେ ଏହି ଚଢ଼ାଉ ହୋଇଛି । କଟକସ୍ଥିତ ବାଲିସାହି ମଧୁ ପାଟଣା, ତିନି ମହଲା କୋଠା ଚାଉଳିଆଗଞ୍ଜ, ନଟରାଜ ପ୍ଲେସ କଲ୍ୟାଣ ମଣ୍ଡପ କଟକ, ଚୌଦ୍ୱାରଠାରେ ୩ ଏକର ଜମି, ନୂଆପଡା ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ, ନୂଆପଡ଼ାଠାରେ ଥିବା ଭଡା ଘର ମିଶି ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି ।

ଭଡା ଘରେ ଚଢ଼ାଉ ବେଳେ ନଗଦ ୧୫ ହଜାର ଟଙ୍କା, ୪୯୮ ଗ୍ରାମ ସୁନାଗହଣା ଓ ୨.୫ କିଲୋଗ୍ରାମ ରୂପା ଅଳଙ୍କାର ଜବତ ହେବା ସହ ରତ୍ନାକର ୧ କୋଟି ୧୩ ଲକ୍ଷ ଟଙ୍କାର ବିଭିନ୍ନ ବୀମା କରିଥିବା ଜଣାପଡ଼ିଛି । ଏହି ଚଢାଉରେ ୬ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ ।