ଚର୍ଚ୍ଚାରେ ଦୂତୀଙ୍କ ପ୍ରେମ କାହାଣୀ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତୀ ଚାନ୍ଦଙ୍କ ପ୍ରେମ କାହାଣୀ । ପାରିବାରିକ ପତ୍ରିକା କାଦମ୍ବିନୀର କଭର ପେଜ୍‌ ପାଇଁ ଫଟୋସୁଟ୍‌ ବେଳେ ତାଙ୍କ ବାନ୍ଧବୀଙ୍କ ସହ ସମ୍ପର୍କକୁ ନେଇ ଖୋଲାଖୋଲି ବୟାନ ରଖିଛନ୍ତି ଦୂତୀ । ଧାବିକା ଦୂତୀଙ୍କ ଏହି ଫଟୋସୁଟ୍‌ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ପ୍ରଥମଥର ସେ ସର୍ବସମ୍ମୁଖରେ ତାଙ୍କ ବାନ୍ଧବୀଙ୍କ ସହ ନଜର ଆସିଛନ୍ତି ଦୂତୀ ।

ପାରିବାରିକ ପତ୍ରିକା କାଦମ୍ବିନୀର କଭର ପେଜ୍‌ ପାଇଁ ସେ ନିଜ ବାନ୍ଧବୀଙ୍କ ସହ ଫଟୋ ସୁଟ୍‌ କରିଛନ୍ତି । ଅନ୍ୟପକ୍ଷରେ ଦୁହିଁଙ୍କ ଫଟୋସୁଟ୍‌ ସାମ୍ନାକୁ ଆସିବା ପରେ ପୁଣି ଦୂତୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।