ବେଜିଂ ଅଲିମ୍ପିକ୍ : ବାହାରିଲେ ୪୫ କରୋନା ପଜିଟିଭ୍

ନୂଆଦିଲ୍ଲୀ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଯାଇଛି ବେଜିଂ ଶୀତ ଅଲିମ୍ପିକ୍ସ-୨୦୨୨ । ଦେଶରେ କରୋନା ମାମଲା ବଡିବାରେ ଲାଗିଲାଣି । ଅଲିମ୍ପିକରେ ସଂପୃକ୍ତି ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଅଲିମ୍ପିକ୍ ଗ୍ରାମରେ ୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୨୦ରୁ ଅଧିକ ଜଣ ଖେଳାଳି ଓ କର୍ମଚାରୀ ରହିଛନ୍ତି । ଅନ୍ୟମାନେ ବିମାନବନ୍ଦରରୁ ସିଧା କ୍ରୀଡାଗ୍ରାମକୁ ଆସିଥିଲେ । ଏଥିରେ କିଛି ଗଣମାଧ୍ୟମ କର୍ମଚାରୀ ରହିଛନ୍ତି।

ସୂଚନାଯୋଗ୍ୟ, ଶୀତକାଳୀନ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଭାରତର ଆରିଫ୍ ଖାନ୍ ଉଦଘାଟନୀ ସମାରୋହରେ ତ୍ରିରଙ୍ଗା ଧରିଥିଲେ । ଏହି କାର୍ଯ୍ୟକ୍ରମ ଓ୍ୱର୍ଡସ୍ ନେଷ୍ଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲେ । ଯେଉଁଠି ୨୦୦୮ ଗ୍ରୀଷ୍ଣକାଳୀନ ଅଲିମ୍ପିକ୍ସ ମଧ୍ୟ ଆୟୋଜିତ ହୋଇଥିଲା ।