ଆଜିଠାରୁ ଆରମ୍ଭ ପ୍ରେମ ସପ୍ତାହ

କଟକ: ଆଜିଠାରୁ ଆରମ୍ଭ ଭାଲେଣ୍ଟାଇନ୍‌ ବା ପ୍ରେମ ସପ୍ତାହ। ଫେବ୍ରୁଆରି ୭ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରେମ ସପ୍ତାହ। କେବଳ ପ୍ରେମୀ ଯୁଗଳ ନୁହେଁ ବାପା, ମା’, ଭାଇ, ଭଉଣୀ ଓ ଆତ୍ମୀୟସ୍ୱଜନଙ୍କ ସହ ମଧ୍ୟ ଏହି ଦିନକୁ ଖାସ କରି ପାଳନ କରାଯାଉଛି।

ପ୍ରଥମ ଦିନ ରୋଜ ଡେ, ତା’ପରେ ପ୍ରପୋଜ୍‌ ଡେ, ଚକୋଲେଟ ଡେ, ଟେଡି ଡେ, ପ୍ରମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ଏବଂ ଶେଷରେ ରହିଥାଏ ଭାଲେଣ୍ଟାଇନ୍‌ ଡେ। ଏହି ଭାଲେଣ୍ଟାଇନ୍‌ ଡେ ପାଳିବାକୁ ଖାସ କରି ଯୁବପିଢ଼ି ଓ ନବବିବାହିତଙ୍କ ମଧ୍ୟରେ ରହିଛି ଢେର୍‌ ଉତ୍କଣ୍ଠା। ଏହି ଦିନକୁ ସ୍ମରଣୀୟ କରିବା ପାଇଁ କିଏ ପାର୍କ ଯିବ ତ’ କିଏ ସିନେମା ହଲ ଯିବ। ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରିୟ ଲୋକଙ୍କୁ ଭଳିକି ଭଳି ଗିଫ୍ଟ ଓ ଫୁଲ ଦେବେ ପ୍ରେମୀଯୁଗଳ

କେଉଁ ଦିନ କ’ଣ ରହିଥାଏ

ରୋଜ୍‌ ଡେ : ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍‌ ସପ୍ତାହର ପ୍ରଥମ ଦିନକୁ ରୋଜ ଡେ ଭାବେ ପାଳନ କରାଯାଇଥାଏ।
ପ୍ରପୋଜ୍‌ ଡେ : ଦ୍ବିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳି ପ୍ରେମୀଯୁଗଳ ନିଜ ଭଲ ପାଇବାକୁ ପ୍ରକାଶ କରିଥାନ୍ତି।
ଚକୋଲେଟ୍‌ ଡେ: ତୃତୀୟ ଦିନ ଚକୋଲେଟ୍‌ ଦେଇ ନିଜ ଭଲପାଇବାକୁ ପ୍ରକାଶ କରାଯାଇଥାଏ।
ଟେଡି ଡେ : ଚତୁର୍ଥ ଦିନ ଟେଡି ଡେ’ ଭ‌ାବେ ପାଳନ କରାଯାଇ ନିଜ ପ୍ରିୟଜନଙ୍କୁ ଖୁସି କରାଇବା ପାଇଁ ଟେଡି ଉପହାର ଦିଆଯାଇଥାଏ।
ପ୍ରମିଜ୍‌ ଡେ : ଭାଲେଣ୍ଟାଇନ୍‌ ସପ୍ତାହର ପଞ୍ଚମ ଦିନକୁ ପ୍ରମିଜ୍‌ ଡେ ବା ପ୍ରତିଜ୍ଞା ଦିବସରେ ଭଲପାଇବାକୁ ନିବିଡ଼ ରଖିବା ପାଇଁ ପ୍ରତିଜ୍ଞା କରିଥାନ୍ତି।
ହଗ୍‌ ଡେ : ଷଷ୍ଠ ଦିନ ‘ହଗ୍‌ ଡେ’ ଭାବେ ସବୁ ରାଗଋଷାକୁ ଭୁଲି ପରସ୍ପରକୁ ଆଲିଙ୍ଗନ କରି ନିଜ ପ୍ରେମକୁ ପ୍ରକାଶ କରିଥାନ୍ତି ଯୁବପିଢ଼ି।
କିସ୍‌ ଡେ : ସପ୍ତମ ଦିନ ଦୁଇ ସାଥୀ ଚୁମ୍ବନ କରି ନିଜ ପ୍ରେମକୁ ପ୍ରକାଶ କରିଥାନ୍ତି।
ଭାଲେଣ୍ଟାଇନ୍‌ ଡେ: ପ୍ରେମ ସପ୍ତାହର ଶେଷରେ ‘ଭାଲେଣ୍ଟାଇନ୍‌ ଡେ’ ଦିନ ନିଜ ପ୍ରିୟଙ୍କୁ ଶୁଭେଚ୍ଛା ଜଣାଇ କିଛି ମୁହୂର୍ତ୍ତ ବିତାଇଥାନ୍ତି ପ୍ରେମୀଯୁଗଳ।