କନିମୁଳ ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାଥିଙ୍କ ହାଇଭୋଲଟେଜେ ନିର୍ବାଚନୀ ପ୍ରଚାର

ଜଗତସିଂହପୁର,(ସାକ୍‌ସୀ ନ୍ୟୁଜ୍‌): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କନିମୁଳ ପଞ୍ଚାୟତ ରେ ବିଜେଡି ସମର୍ଥିତ ପାର୍ଥି ମାନଙ୍କର ହାଇଭୋଲଟେଜେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରାଯାଉଥିବା ଦେଖିବାକୁ ମିଳିଥିଲା। ଏହି ନିର୍ବାଚନୀ ପ୍ରଚାର ମତ୍ତଗଜପୁର ମଙ୍ଗଳା ମନ୍ଦିର ନିକଟରୁ ପୂଜା ଅର୍ଚନା କରି ଆଶୀର୍ବାଦ ଭିକ୍ଷା କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ଦେଖାଯାଇଛି।

ବିଜେଡି ଜିଲ୍ଲା ପରିଷଦ ପାର୍ଥିନି ରଞ୍ଜିତା ସିଂ, ସରପଞ୍ଚ ପାର୍ଥିନି ଅନୁସୟା ମହାନ୍ତି, ସମିତି ସଭ୍ୟ ପାର୍ଥି ବସନ୍ତ ମହାପାତ୍ର ପ୍ରମୁଖ କନିମୁଳ ପଞ୍ଚାୟତ ମତ୍ତଗଜପୁର ଗ୍ରାମ ସହିତ ବିଭିନ୍ନ ୱାର୍ଡ ରେ ଘର ଘର ବୁଲି ପ୍ରଚାର କରିବା ସହିତ ଭୋଟ ଭିକ୍ଷା କରିଥିଲେ। ଏହି ଭୋଟ ଭିକ୍ଷା ପ୍ରଚାରରେ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ଯୋଜନା ସହିତ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ପାଇଁ ସ୍ବତ ପ୍ରବୃତ୍ତ ଭାବେ ମହିଳା, ଯୁବକ, ପୁରୁଷ କର୍ମୀ ମାନେ ସାମିଲ ହୋଇ ପାର୍ଥି ମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏଥିରେ ପଞ୍ଚାୟତର ଶତାଧିକ ବିଜୁ ପ୍ରେମୀ ସାମିଲ ହୋଇଥିଲେ।