ମୁଖ୍ୟମନ୍ତ୍ରୀ ନବୀନ କହିଲେ, ‘କୋଉ ନବଦାସ?’

ୟାଙ୍କୁ ହିଁ କହିବ ଠିକ ଶାସକ । ଦିନେ ନବୀନଙ୍କ କ୍ୟାବିନେଟରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ନବକିଶୋର ଦାସ । ଚଳିତବର୍ଷ ଜାନୁଆରୀ ୨୯ ତାରିଖରେ ତାଙ୍କୁ ଗୁଳିମାଡ଼ କରିଥିଲା ଜଣେ ପୁଲିସ କର୍ମଚାରୀ । ନବକିଶୋର ଦାସ ଆଉ ନାହାନ୍ତି, ତାଙ୍କ ଝିଅ ଦୀପାଳିଙ୍କୁ ଝାରସୁଗୁଡ଼ା ବିଧାୟକ ଭାବେ ଅବସ୍ଥାପିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଗତଃ ନବଦାସଙ୍କ ପ୍ରତି ଭଲ ପାଇବା ଦେଖାଇ ସାରିଛନ୍ତି । ତେଣୁ ଆଉ ତାଙ୍କୁ ମନେରଖିବା ଦରକାର ନାହିଁ । ଯିଏ ଗଲା ତାକୁ ମନେ ପକାଇଲେ ମଣିଷ ଆଗକୁ ଆଗେଇ ପାରିବନି ।

ଗୁରୁବାର କ୍ରାଇମ୍‌ ବ୍ରାଂଚ୍‌ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ନେଇ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରିଥିଲା । କ୍ରାଇମ ବ୍ରାଂଚ ଚାର୍ଜସିଟ୍‌ ଅନୁସାରେ ଅଭିଯୁକ୍ତ ବିରୋଧରେ ଚାର୍ଜଫ୍ରେମ ଶେଷ ହୋଇଛି । ଆଜି ସକାଳେ ନବୀନଙ୍କୁ ନବଦାସଙ୍କ କଥା ମନେପକାଇ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା କୋର୍ଟରେ ହାଜର କରାଯିବା ବିଷୟ କହିଥିଲେ ବିଜେଡିର ଜଣେ ବରିଷ୍ଠ ନେତା ।

ସଂପୃକ୍ତ ନେତାଙ୍କ ମୁହଁରୁ ଶୁଣିବା କ୍ଷଣି ନବୀନଙ୍କ ପାଟିରୁ ବାହାରି ଆସିଲା, କୋଉ ନବଦାସ? ନବୀନଙ୍କ ମୁହଁରୁ ଏପରି ଜବାବ ଆଶା କରି ନଥିଲେ ସଂପୃକ୍ତ ନେତା । ବୋକାଙ୍କ ଭଳି ନବୀନଙ୍କ ମୁହଁକୁ ଅନାଇଲେ । ତହୁଁ ନବୀନ କହିଲେ, ଯୋ ଚଲାଗୟା, ଭୁଲଯାଓ । ଅପନେ ଲିୟେ ଜିଓ ।

ସଂପୃକ୍ତ ନେତା ଭାବୁଥିବେ, ଇଏ କ’ଣ ସେହି ନବୀନ ଯେ ଗୁରୁତର ନବଦାସ ଆପୋଲୋ ହସପିଟାଲରେ ପହଂଚିବା ପୂର୍ବରୁ ଡେରା ପକାଇଥିଲେ ।