୩ ଶହ କୋଟିର ବନ୍ୟା ପ୍ୟାକେଜ

ଭୁବେନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟର ବନ୍ୟାରେ ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷତିପୂରଣ ପ୍ୟାକେଜ ଘୋଷଣା କରିଛନ୍ତି। ଗତ ମାସରେ ଆସିଥିବା ମଧ୍ୟମ ଧରଣର ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩ ଶହ କୋଟିର ରାଶି ଖର୍ଚ୍ଚ କରାଯିବ।

Outlook India Photo Gallery - Odisha

ପ୍ରଭାବିତ ଚାଷୀଙ୍କ ଭିତରୁ ୩୩ % କ୍ଷତି ସହିଥିବା ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ଏହି ସହାୟତା ମିଳିବ। ଅଣଜଳସେଚିତ ଜମି ପାଇଁ ହେକଟର ପିଛା ମିଳିବ ୬୮୦୦ ଇନ୍ପୁଟ ସବସିଡି ମିଳିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫ ଶହ ଓ ବାରମାସୀ ଫସଲ ପାଇଁ ୧୮ ହଜାର ଟଙ୍କା ସହାୟତା ମିଳିବ ବୋଲି ପ୍ୟାକେଜରେ ଘୋଷଣା କରାଯାଇଛି। ବାରମାସୀ ଫସଲ ଭିତରେ ଆମ୍ବ, କାଜୁ, ନଡ଼ିଆ ଓ ପାନ ଇତ୍ୟାଦି ଅନ୍ତର୍ଭୂକ୍ତ ରହିଛି। ପ୍ରକୃତ ଚାଷୀ ହିଁ ଏହି ସହାୟତା ପାଇବାକୁ ହକଦାର ହେବେ।

Outlook India Photo Gallery - Naveen Patnaik

ବାରମାସୀ ଫସଲ ପାଇଁ ଅତି କମରେ ୨ ହଜାର ଓ ଅନ୍ୟ ଫସଲ ପାଇଁ ୧ ହଜାର ସହାୟତା ମିଳିବ। ଏହାସହ ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କ ପାଇଁ ୨୦ ହଜାର ବିହନ ମିନିକିଟ୍ ଏବଂ ୫୦% ସବ୍ସିଡ଼ିରେ ୨ ହଜାର ପମ୍ପସେଟ ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଜିଲ୍ଲା ପାଇଁ ୧୦ କୋଟିର ଫାର୍ମ ମେକାନିଜମ ସବ୍ସିଡି ମିଳିବ।

Emergency response to Cyclone Sidr and flood-affected farmers through  agricultural input supply and foot-and-mouth disease vaccination for  livestock : FAO in Emergencies

ସମାନଭାବେ ୧ ଲକ୍ଷ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଜିଟେବୁଲ କିଟ୍‌ ଦିଆଯିବ। ଏହି କିଟରେ ପାଳଙ୍ଗ, ବିନ୍‌ସ, ଟମାଟୋ, ଲଙ୍କା, ଶିମ୍ବ ଓ ମୂଳା ମଂଜି ରହିବ। ଏହାର ମୂଲ୍ୟ ୧୩୦ ଟଙ୍କା। ୧୦ ହଜାର ଛତୁ ଚାଷୀଙ୍କୁ ଘର ମରାମତି ପାଇଁ ୫ ସହ ଲେଖାଏଁ ମଧ୍ୟ ମିଳିବ ଓ ୧ ଲକ୍ଷ ଚାଷୀଙ୍କୁ ତାଲିମ ଦିଆଯିବ। ଏହାସହ ଖୁବଶୀଘ୍ର ଚାଷୀଙ୍କ ଫସଲ ନଷ୍ଟର ଆକଳନ କରି ଫସଲ ବୀମା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।