ରାଗିକି ପଞ୍ଚମ ହେଲେ ଅନୁଭବ

କଟକ(ଏସ୍ ନ୍ୟୁଜ): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସମସ୍ୟା କିଛି ସମାଧାନ ହେଲାଭଳି ଲାଗୁନି। ଦିନକୁ ଦିନ ପରିସ୍ଥିତି ବିଗିଡ଼ିବାରେ ଲାଗିଛି ଏବଂ ଉଭୟ ସୋସିଆଲ୍ ମିଡିଆରେ ନିଜର ସଫେଇ ରଖିଚାଲିଛନ୍ତି। ଇତିମଧ୍ୟରେ କଳି ସମାଧାନ ଲାଗି ନିଜ ଘରକୁ ଯାଇଥିବା ମାନବାଧିକାର କର୍ମୀଙ୍କ ଉପରେ ଖପ୍ପା ହୋଇଛନ୍ତି ଅନୁଭବ। ସେମାନଙ୍କ ନିରପେକ୍ଷତା ଉପରେ ଲଗାଇଛନ୍ତି ପ୍ରଶ୍ନବାଚୀ।

ଅନୁଭବ ଟ୍ୱିଟରରେ ଏନେଇ ନିଜର ଆକ୍ରୋଶ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି କି ଉଭୟ ପାର୍ଶ୍ୱର କଥା ଶୁଣି ବିଚାର କରିବାକୁ ଆସିଥିଲେ ମାନବାଧିକାର କର୍ମୀମାନେ। ସ୍ଥିର ହୋଇଥିଲା କି ଯାହା ଆଲୋଚନା ହେବ ଏ ବାବଦରେ ବର୍ଷା, ଅନୁଭବ କି ଅନ୍ୟମାନେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବେନି। ତେବେ ଜଣେ ମାନବାଧିକାର କର୍ମୀ ବର୍ଷାଙ୍କ ସପକ୍ଷରେ କେମିତି ମିଡ଼ିଆ ଆଗରେ ମତ ରଖିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

https://twitter.com/AnubhavMohanty_/status/1304359336286666752?ref_src=twsrc%5Etfw

ସଂପୃକ୍ତ ମହିଳା ମାନବାଧିକାର କର୍ମୀଙ୍କ ନାଁ ନେଇ ସେ ତାଙ୍କୁ ବର୍ଷାଙ୍କ ଘନିଷ୍ଠ ବୋଲି ଦର୍ଶାଇଛନ୍ତି। ବର୍ଷାଙ୍କ ସହ ତାଙ୍କର ଫଟୋ ପ୍ରମାଣ ସ୍ୱରୁପ ରଖିଛନ୍ତି। ଏମାନଙ୍କ ଠାରୁ ନିରପେକ୍ଷତା କେମିତି ଆଶା କରାଯିବ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି। ଏବଂ ତାଙ୍କ ବିରୁଦ୍ଧରେ ବହୁତ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିବା ସେ ଆକ୍ଷେପ କରିଛନ୍ତି।

ଅନୁଭବ ଲେଖିଛନ୍ତି ଯେ, ‘ମୁଁ କଦାପି ଆଶା କରିନଥିଲି କି ସମ୍ମାନନୀୟ ମାନବାଧିକାର କର୍ମୀ ମୋତେ ଠକିବେ ବୋଲି। ଯେତେବେଳେ କି ମୋ ବାପା ମାଙ୍କ ସ୍ୱାସ୍ଥ୍ୟାବସ୍ଥା ସାଂଘାତିକ ରହିଛି। ମୁଁ ସବୁ କଥାରେ ସହଯୋଗ କରିଛି। ସେମାନେ ମୋତେ ମିଡ଼ିଆ ସାମ୍ନାରେ ମୁଁହ ଖୋଲିବାକୁ ମନା କରିଥିଲେ ଯେହେତୁ ସେମାନେ ମଧ୍ୟ କିଛି ନକହିବାକୁ ସ୍ଥିର କରିଥିଲେ। କିନ୍ତୁ ସେମାନେ ମୁଁହ ଖୋଲିଲେ ଏବଂ ଯାହା କହିଲେ ସବୁ ମିଛ। ସେ ଆମକୁ ପଛ ପଟୁ ଛୁରୀ ଭୁସିଛନ୍ତି। ମୁଁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ସେମାନେ କିଛି ପ୍ରତିକ୍ରିୟା ରଖିଲେନି। ସେ ମୋର ଏବଂ ମୋର ପରିବାରର ନାଁ, ମାନ ସମ୍ମାନ ଏବଂ ଛବି ବିଗାଡ଼ିବାକୁ ବଡ଼ ପରିମାଣର ଟଙ୍କା ଖାଇଛନ୍ତି’।

ସମୟ ସହ ଆଗକୁ ଆହୁରି ପ୍ରମାଣ ଆସିବ। ୭ ବର୍ଷ ଧରି ମୁଁ ଏବଂ ମୋ ପରିବାର ଯେଉଁ ଗଭୀର ଯନ୍ତ୍ରଣା, ଲୁହ ଏବଂ ଖରାପ ସ୍ୱାସ୍ଥ୍ୟାବସ୍ଥା ଦେଇ ଗତି କରିଛୁ ତାହା ସବୁଦିନ ପାଇଁ ଦୂରେଇଯିବ ଅନୁଭବ ଶେଷରେ କହିଛନ୍ତି