ମକର ସଂକ୍ରାନ୍ତି/ପୋଙ୍ଗଲ ପାଇଁ ଲାଗିଲା କଟକଣା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟି ରଖି ସରକାରଙ୍କ ପକ୍ଷରୁ ଅନେକ କଟକଣା ଲଗାଯାଉଛି । ଆଗକୁ ମକର ସଂକ୍ରାନ୍ତି ଆସୁଥିବା ବେଳେ ରାଜ୍ୟ ସରକାର ଆଲର୍ଟ ହୋଇଛନ୍ତି । ମକର ସଂକ୍ରାନ୍ତି/ପୋଙ୍ଗଲ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲଗାଯାଇଛି । ରାଜ୍ୟର ସମସ୍ତ ଜଳାଶୟରେ କଟକଣା ଲଗାଇଛନ୍ତି ଏସଆରସି ।

ନଦୀ, ପୋଖରୀ ଓ ସମୁଦ୍ର କୂଳରେ ଜନ ସମାଗମ ଉପରେ କଟକଣା ଲାଗିଛି । ଚଳିତ ବର୍ଷ ମକର ମେଳା ଉପରେ ବି କଟକଣା ଲାଗିଛି । ଘରେ ରହି ମକର/ପୋଙ୍ଗଲ ପାଳିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।