ଓଡ଼ିଆ ଅଭିନେତା ମିହିର ଦାସଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ । ମଲ୍ଟି ଅର୍ଗାନରେ ଫେଲୁଅର ରୋଗରେ ପୀଡ଼ିତ ଥିଲେ ମିହିର । କିଛି ଦିନ ତଳେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ମିହିର । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବରିଷ୍ଠ ସିନେ ଅଭିନେତା ଭାବେ ସେ ବେଶ ଜଣାଶୁଣା ଥିଲେ । ତାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଥିଲା । ମିହିରଙ୍କ ପରଲୋକରେ ଅଭିନୟ ଜଗତରେ ଶୋକ ଖେଳିଯାଇଛି । ମାତ୍ର ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।