ସାରା ରାଜ୍ୟରେ ଶୀତରୁ ସାମାନ୍ୟ ଆଶ୍ୱସ୍ତି, ୧୨ ଡିଗ୍ରୀ ତଳେ ୯ ସହର

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାଜ୍ୟର ୯ଟି ସହରର ରାତ୍ରି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ୮ ଡିଗ୍ରୀ ସହ ସୁନ୍ଦରଗଡ଼ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଏହା ସହ ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୮.୫ ଡିଗ୍ରୀ ରହିଛି ।ସେହିପରି ଟିଟିଲାଗଡ଼ରେ ୮.୮ , ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁରରେ ୧୧, ବୌଦ୍ଧରେ ୧୦, କେନ୍ଦୁଝରରେ ୧୦.୪, କଟକରେ ୧୩.୫ ଓ ଭୁବନେଶ୍ୱରରେ ୧୪.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।