ଶେଷରେ ମମିତା ମାମଲାରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ୍‌): ଶେଷରେ ମମିତା ମାମଲାରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟଜନକ ଘଟଣା । ଆଇନ ଅନୁଯାୟୀ ତାଙ୍କୁ ଶୀଘ୍ର ନ୍ୟାୟ ଦିଆଯିବ । ସେଥିପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଘଟଣାକୁ ନେଇ ରାଜନୀତିକରଣ କରାଯାଉଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଫାଷ୍ଟ ଟ୍ରାକ କୋର୍ଟରେ ଏହାର ବିଚାର କରାଯାଇ ନ୍ୟାୟ ଦିଆଯିବ । ଜୁଡ଼ିସିଆରି ଉପରେ ଆମର ବିଶ୍ୱାସ ରହିଛି । ପୋଲିସ ସମ୍ପୂର୍ଣ୍ଣ ସ୍ୱାଧୀନତାର ସହ କାର୍ଯ୍ୟ କରୁଛି । ବିନା ଭୟରେ ପୋଲିସ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ପ୍ରମାଣ ଥାଏ ଯେତେ ବଡ଼ ଲୋକ ହେଲେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କାହା ପାଖରେ ପ୍ରମାଣ ଅଛି ସେମାନେ କୋର୍ଟକୁ ଦିଅନ୍ତୁ । ବିଧାୟକମାନଙ୍କୁ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ।