ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ୱର: ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ପୂୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । ଆଜି ସେ ନିଜର ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇବା ସହିତ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ନିଜର ଇସ୍ତଫା ପତ୍ରରେ ବିଜେଡି ଛାଡିବା ନେଇ କୌଣସି କାରଣ ଲେଖିନାହାଁନ୍ତି ଦଳର ଏହି ପୂର୍ବତନ ନେତା ।

ତେବେ ସଞ୍ଜୀବ ସାହୁ ବିଜେଡିରୁ ୪ ଥର ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ୨୦୦୩ ବୀରମହାରାଜପୁର ଉପ ନିର୍ବାଚନରେ ବିଜୟୀ ହୋଇ ସେ ପ୍ରଥମ କରି ବିଧାନସଭାରେ ପାଦ ରଖିଥିଲେ । ଏହାପରେ ୨୦୦୪ ସାଧାରଣ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ବୀରମହାରାଜପୁର ଟିକେଟ୍ ଦେଇଥିଲା । ଏହାପରେ କିନ୍ତୁ ୨୦୦୯ ଓ ୨୦୧୪ରେ ସେ ଆଠମଲ୍ଲିକ ଆସନରୁ ଲଢି ବିଜୟୀ ହୋଇଥିଲେ । ହେଲେ ଗତ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ଆଉ ଆଜି ସେ ଦଳର ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।