ବେଆଇନ ବାଣ ଦୋକାନରେ ଚଢାଉ

ଭୁବନେଶ୍ୱର: ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ତରଫରୁ ବେଆଇନ ବାଣ କାରବାର ହେଉଥିବା ସ୍ଥାନରେ ପୋଲିସ ଚଢାଉ କରିଛି । ଏହି ଚଢାଉ ବେଳେ ବିଭିନ୍ନ ଥାନା ତରଫରୁ ବିପୁଳ ପରିମାଣର ବାଣ ଓ ବାଣ ତିଆରି ନିମନ୍ତେ ବ୍ୟବହୃତ ହେଉଥିବା ବାରୁଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୪୫ ହଜାର ଟଙ୍କା ହେବ । ଏଗୁଡିକୁ ଜବତ କରାଯାଇ ମୋଟ୍ ୯ ଗୋଟି ମାମଲା ରୁଜୁ କରାଯାଇ ୯ ଜଣଙ୍କୁ ଗିରଫ କରାଯାଇଛି ।