ସରକାରୀ ଅଫିସରମାନେ ବିଜେଡିର କାର୍ଯ୍ୟକର୍ତା ସାଜି ଦଳୀୟ କାମ କରୁଛନ୍ତି: ଲେଖାଶ୍ରୀ ସାମନ୍ତସିଂହାର

ଭୂବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସରକାରୀ ଅଫିସରମାନେ ବିଜୁ ଜନତା ଦଳର କାର୍ଯ୍ୟକର୍ତା ସାଜି ଦଳୀୟ କାମ କରୁଛନ୍ତି । ନିର୍ବାଚନ ସମୟରେ ଶାସକ ବିଜେଡି ପାଇଁ ପ୍ରଚାର କରିବା ସହିତ ତାଙ୍କ ସପକ୍ଷରେ ଭୋଟ କରିବାର ଦାୟିତ୍ୱରେ ଲାଗିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ମାଲକାନଗିରିର କାଲିମେଲା ୨ନଂ ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ରିନା କାବାସିଙ୍କୁ ଅପହରଣ କରିବା ପ୍ରସଙ୍ଗରେ ହୋମଗାର୍ଡ ସୁଧୀର ସ୍ୱାଇଁ ତାଙ୍କ ନିଜ ଆକାଂଉଟରୁ ୧୦ଲକ୍ଷ ଟଙ୍କା ରିନା କବାସିଙ୍କ ପିତାଙ୍କୁ ଦେଇଛନ୍ତି । ଏହି କଥା ରିନା କବାସିଙ୍କ ଭାଇ ଗଣମାଧ୍ୟମ ଆଗରେ କହିଛନ୍ତିା ତାଙ୍କ ନିଜ ଆକାଂଉଟରୁ ପଇସା ଯାଇଛି ବୋଲି ଏହାର ପ୍ରମାଣ ମଧ୍ୟ ଅଛି ଏଫଆଇଆର ରୁଜୁ ମଧ୍ୟ କରାଯାଇଛି । ହୋମଗାର୍ଡ ସୁଧୀର ସ୍ୱାଇଁ ସରକାରୀ କର୍ମଚାରୀ ଥାଇ ବିଜୁ ଜନତା ଦଳ ପାଇଁ ପଇସା ଦେଇ ଅନ୍ୟ ଦଳର ପ୍ରାର୍ଥୀ ମାନଙ୍କୁ ପ୍ରଭାବିତ କରିବା ପାଇଁ ଯେଉଁ ଅପଉଦ୍ୟମ କରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଭାରତୀୟ ଜନତା ପାର୍ଟି ଦାବୀ କରିଛି ।

ସେହିପରି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅନ୍ତର୍ଗତ କିଶୋରନଗର ବ୍ଲକ ଚେୟାରମ୍ୟାନ ବବିତା ପ୍ରଧାନ ଗତ ୨୬ ତାରିଖ ସାଧାରଣତନ୍ତ୍ରଦିବସ ଅବସରରେ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ବ୍ଲକ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ କରିଛନ୍ତି । ରାଜ୍ୟରେ ପଂଚାୟତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏଭଳି ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ତେଣୁ କରି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡା ବ୍ଲକ ତହସିଲଦାରଙ୍କ ସଂଗ୍ରାମ କେଶରୀ ଜେନା ତାଙ୍କ ଅଫିସକୁ ବିଜୁ ଜନତା ଦଳର ଅଫିସ ପାଲଟିଛି । ପଇସା ବଂଟନ, ପ୍ରାର୍ଥୀ ଚୟନ କରିବା, କ୍ରାମ୍ବାସିଙ୍ଗ କରିବା, ପ୍ରଚାର କରିବା, ବିନା ଟେଣ୍ଡରରେ ବିଜୁ ଜନତା ଦଳର ମାଫିଆମାନଙ୍କୁ ଖଣି ପ୍ରଦାନ କରିବାର ବେନିୟମ କାର୍ଯ୍ୟ କରାଯାଉଛି । କାନସୁକା କୁଣ୍ଡାଖାଇ ପର୍ବତ, ସୁଙ୍କୁରା ଭାଲୁ ପର୍ବତ, ବେତାର ସିଂ ଷ୍ଟୋନ କ୍ୱାରୀ ଏହି ଜାଗାରେ ବିନା ଟେଣ୍ଡରରେ ସିଧାସଳଖ ବିଜୁ ଜନତା ଦଳର ଲୋକମାନଙ୍କୁ ଟେଣ୍ଡର ଦିଆଯାଇଛି । ସଂପୃକ୍ତ ତହସିଲଦାର ବିଭିନ୍ନ ବାଟରେ ଲୋକଙ୍କୁ ପ୍ରଭାବିତ କରି ଶାସକ ବିଜେଡି ସପକ୍ଷରେ ଭୋଟ ଦେବାକୁ ହୀନ ଚେଷ୍ଟା କରଯାଉଛି ।

ରାଜ୍ୟ ନିର୍ବାଚନ ଆୟୋଗ ନିଜେ କହିଥିଲେ ଯେ ଯେଉଁଠି ଜିଲ୍ଲା ପରିଷଦ ଜୋନ ବା ସରପଂଚ ପ୍ରାର୍ଥୀ କେହି ନାମାଙ୍କନ କରିନାହାଁନ୍ତି ବା ଯେଉଁଠି ସମସ୍ତେ ବରଖାସ୍ତ ବା ଅଯୋଗ୍ୟ ହୋଇଯାଇଛନ୍ତି, ସେଠାରେ ପୁନର୍ବାର ନାମାଙ୍କନ ହୋଇପାରିବ । କିନ୍ତୁ ଗଂଜାମ ଜିଲ୍ଲା ଚିକିଟିର ପାତ୍ରପୁର ବ୍ଲକ ଆଙ୍କୁଲି ପଂଚାୟତରେ ନମିତା ନାଏକ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ଓ ତାଙ୍କ ପ୍ରାର୍ଥୀ ପତ୍ର ସ୍ୱୀକାର କରାଯାଇଛି । ବିଡିଓଙ୍କ ଅଫିସରେ ପ୍ରାର୍ଥୀ ପତ୍ର ଦାଖଲ ହୋଇଥିଲା, କିନ୍ତୁ ପରବର୍ତୀ ସମୟରେ ବିଡିଓ ପ୍ରାର୍ଥୀ ପତ୍ର ଚୋରୀ ହୋଇଯାଇଛି ବୋଲି କହିବା ସହିତ ଏଫଆଇଆର ମଧ୍ୟ ଦେଲେ ।
ଏହା ପରେ ଷଡଯନ୍ତ୍ର କରି ସେହି ପଂଚାୟତରେ କୌଣସି ପ୍ରାର୍ଥୀ ନାହାଁନ୍ତି ବୋଲି କହି ପୁନଃନିର୍ବାଚନ କରୁଛନ୍ତି । ବିଜେପି ସମର୍ଥିତ ପ୍ରାର୍ଥୀ ହୋଇଥିବାର ଆଶଙ୍କା କରି ତାଙ୍କୁ ହଟାଇବା ପାଇଁ ଆଉ ଥରେ ବେଆଇନ ଭାବରେ ସେଠାରେ ନାମାଙ୍କନ ଦାଖଲ କରାଯିବାର ସୁଯୋଗ ଦିଆଯାଇଛି । ଏଠାରେ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ନିର୍ବାଚନ ଆୟୋଗଙ୍କର ନିୟମର ଉଲ୍ଲଘଂନ ।

ତେଣୁ ଏହି ଚାରୋଟି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏହାର ତଦନ୍ତ ହେଉ ଏବଂ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାଙ୍କ ପ୍ରତିଶୃତିବଦ୍ଧ ଦେଖାନ୍ତୁ ଏବଂ ଠିକ ଭାବରେ ନିର୍ବାଚନ ପରିଚାଳନା କରନ୍ତୁ ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଉର୍ମିଳ ମହାପାତ୍ର ଓ ଉମାକାନ୍ତ ପଟ୍ଟନାୟକ, ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା, ରବିଶଂକର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।