ତଥାପି ଆଶଙ୍କାରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳପଥ

ଚଳିତ ବଜେଟରେ ୮୯୧କୋଟିବ୍ୟୟବରାଦ

ବଲାଙ୍ଗୀର : ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇ ଖର୍ଚ୍ଚ କମ୍ କରାଯିବା ପୁରୁଣା ଅଭ୍ୟାସକୁ ଖୋର୍ଦ୍ଧାରୋଡ- ବଲାଙ୍ଗୀର ରେଳ ପ୍ରକଳ୍ପ କ୍ଷେତ୍ରରେ ପୁଣିଥରେ କେବଳ ଦୋହରାଯାଇଛି । ଖୋର୍ଦ୍ଧାରୋଡ- ବଲାଙ୍ଗୀର ରେଳପଥ ପାଇଁ ଚଳିତ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟର ସମସ୍ତ ପ୍ରକଳ୍ପଠାରୁ ଏହା ସର୍ବାଧିକ ବୋଲି କୁହାଯାଉଛି।

ଗତ ୫ ବର୍ଷରେ ଅର୍ଥାତ୍ ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ପ୍ରକଳ୍ପ ପାଇଁ ୨୪୪୬ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଖର୍ଚ୍ଚ ହୋଇଛି ମାତ୍ର ୯୧୫ କୋଟି ୮୮ ଲକ୍ଷ ଟଙ୍କା। ଯାହାକି ସମୁଦାୟ ଆବଣ୍ଟିତ ଅର୍ଥର ୪୦ ପ୍ରତିଶତରୁ ମଧ୍ୟ କମ୍। ଅଥଚ ୨୦୧୧-୧୨ରୁ ୨୦୧୫-୧୬ ଆର୍ଥିକ ବର୍ଷ ତଥା ୫ ବର୍ଷ ମଧ୍ୟରେ ୩୫୫ କୋଟି ଟଙ୍କା ଆବଣ୍ଟନ କରାଯାଇଥିବାବେଳେ ଖର୍ଚ୍ଚ କରାଯାଇଛି ୪୨୭ କୋଟି ଟଙ୍କା ରହିଛି।

ଗତ ୨୧ ଡିସେମ୍ବରରେ ଇଷ୍ଟକୋଷ୍ଟ ରେଲୱେ ଭୁବନେଶ୍ୱରର ଚିଫ୍ ପ୍ରୋଜେକ୍ଟ ମ୍ୟାନେଜର(୧) ୨୦୨୫ ମସିହା ପର୍ଯ୍ୟନ୍ତ ଏହାର ନବୀକରଣ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କୁ ପତ୍ର ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନବୀକରଣ କରାଯାଇ ନାହିଁ। କେଉଁ ଭିତ୍ତିରେ ଅର୍ଥ ଖର୍ଚ୍ଚ ହେବ ତାହା ଏକ ପ୍ରଶ୍ନବାଚୀ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଓଡ଼ିଶା ୪୮୩ କୋଟି ଟଙ୍କା ରେଳ ବିଭାଗକୁ ପ୍ରଦାନ କରିଥିବା ବେଳେ ଖର୍ଚ୍ଚ କରାଯାଇଛି କେବଳ ୨୦୬ କୋଟି । ରାଜ୍ୟ ସରକାରଙ୍କ ପ୍ରଦତ୍ତ ଅର୍ଥକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ରାଜିନାମା ସମୟ ଅବଧି ତଥା ୬ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇ ନାହିଁ। ଖୋର୍ଦ୍ଧାରୋଡ- ବଲାଙ୍ଗୀର ନିର୍ମାଣାଧୀନ ରେଳପଥ ପାଇଁ ଅର୍ଥ ଘୋଷଣା ଓ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କଲେ, ଅବହେଳାର ସୁଦୀର୍ଘ ଇତିହାସରେ କେବଳ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଛି ବୋଲି ଭାବିବା ଠିକ୍ ହୋଇପାରେ।