ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ

ପୁରୀ: ପୁରୀ ପୋଲିସକୁ ପୁଣିଥରେ ବଡ଼ ସଫଳତା। ଏସଟିଏଫ ଓ ବାସେଳୀ ସାହି ଥାନା ପୋଲିସ ଦ୍ୱାରା ୧୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହାସହ ଲୋକନାଥ ରୋଡ଼ ଜଙ୍ଗଲ ନିକଟରୁ ୫ ବ୍ରାଉନସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିଛି‌। ଗିରଫ ବେପାରୀଙ୍କଠୁ ୪୦୦୦ ଟଙ୍କା, ୪ଟି ମୋବାଇଲ, ଦୁଇଟି ବାଇକ ଜବତ କରାଯାଇଛି।

ବ୍ରାଉନସୁଗାର କାରବାରର ମୁଖ୍ୟ କିଙ୍ଗପିନ ହେଉଛି ଖୋର୍ଦ୍ଧା ଦଳେଇପୁଟ ପ୍ରଦୀପ କୁମାର ବେହେରା। ପ୍ରଦୀପ ନିଜ ସହଯୋଗୀ କାଳନ୍ଦୀ ବେହେରା, ନିତ୍ୟାନନ୍ଦ ବିଶ୍ୱାଳ ସମେତ ପୁରୀର ରାଜେଶ ପ୍ରଧାନ ଓ ପ୍ରଶାନ୍ତ ବେହେରା ସହ ମିଶି ଏହି ବ୍ରାଉନସୁଗାର କାରବାର କରୁଥିଲା। ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏସପି କେ. ବିଶାଲ ସିଂଙ୍କ ନେତୃତ୍ୱରେ ଏହି ଚଢ଼ଉ ଜାରୀ ରହିବ ବୋଲି ସିଟି ଡ଼ିଏସପି କହିଛନ୍ତି।