୭ ଦିନରେ ଏକାମ୍ର ହାଟ ଖାଲି କର: ଇଡ଼କୋ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଉ ରାଜଧାନୀ ଲୋକଙ୍କୁ ଏକାମ୍ର ହାଟରୁ କିଛି କିଣାକିଣିର ସୁବିଧା ମିଳବନି। ଆସନ୍ତା ୭ ଦିନ ମଧ୍ୟରେ ହାଟ ସମ୍ପୁର୍ଣ୍ଣ ଖାଲି କରିବାକୁ ଇଡ଼କୋ ପକ୍ଷରୁ ବ୍ୟବସାୟୀଙ୍କୁ ନୋଟିସ୍ ଦିଆଯାଇଛି। ଯାହାକୁ ନେଇ ଚିନ୍ତାରେ ବ୍ୟବସାୟୀ ସଂଘ।

ୟୁନିଟ୍ ୩ ସ୍ଥିତ ଏକାମ୍ର ହାଟରେ ୬୨ଟି ଷ୍ଟଲ ରହିଛି। ଏଠାରେ ଓଡ଼ିଶାର ଏବଂ ବାହାର ରାଜ୍ୟର ବ୍ୟବସାୟୀ ମଧ୍ୟ ବେପାର ଚଳେଇଛନ୍ତି। ହାଟ ଖାଲି ହେଲେ ୧୦୦ ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ପରିବାର ଅସୁବିଧାରେ ପଡ଼ିବେ। ୬ ମାସ ଧରି କରୋନା ସକାସେ ବେପାର ବନ୍ଦ ପଡ଼ିଥିଲା। ଏବେ କିଛି ରୋଜଗାର ସୁବିଧା ମିଳିଲା ବେଳକୁ ଇଡ଼କୋ ନୋଟିସ୍ ଆସିଛି। ଦୁଇ ଦିନ ହେଲା ଏଠାରେ ବିଜୁଳି ଓ ପାଣି ସୁବିଧା ମଧ୍ୟ ବନ୍ଦ କରି ଦିଆଯାଇଛି।

ପ୍ରଥମେ ଅନ୍ୟ ଜାଗାରେ ଥଇଥାନ କରନ୍ତୁ ଓ ପରେ ହାଟ ହଟାନ୍ତୁ ବୋଲି ଦାବି କରିଛି ଏକାମ୍ର ହାଟ ବ୍ୟବସାୟୀ ସଂଘ।