ଆଜିଠୁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଥିବା ଭିତର…

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଥିବା ଭିତର କନିକା ଜାତୀୟ ଉଦ୍ୟାନ ଭିତରକନିକା ଆଜିଠାରୁ ବନ୍ଦ ରହିବ । ଏଥିପାଇଁ ପର୍ଯ୍ୟଟକ ମାନଙ୍କ ପରିଭ୍ରମଣକୁ ବନ୍ଦ କରି ଦିଆଯାଇଛି । ଏହି ସମୟରେ ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବାସ କରୁଥିବା ବଉଳା କୁମ୍ଭୀର ମାନଙ୍କର ଗଣନା କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ୪ ଜାନୁଆରୀ ଠାରୁ ଆସନ୍ତା ୧୪ ଜାନୁଆରୀ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ ।

ତେବେ ୧୧ ଦିନ ଧରି ଭିତର କନିକାରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଜାରି ରହିବ । ଗତ ବର୍ଷ କୁମ୍ଭୀର ଗଣନା ବେଳେ ୧୭ରୁ ୮୪ କୁମ୍ଭୀର ଚିହ୍ନଟ କରାଯାଇଥିଲା । ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ଏନେଇ ସୂଚନା ଦେଇଛନ୍ତି । ତେବେ ଚଳିତ ବର୍ଷ ବିଶାରଦ ଡା.ସୁଧାକର କରଙ୍କ ନେତୃତ୍ୱରେ କୁମ୍ଭୀର ଗଣନା କରାଯିବ । ସେହିପରି ଆଜିଠାରୁ ଆରମ୍ଭ ହୋଇ ସାରିଛି ଚିଲିକା ପକ୍ଷୀ ଗଣନା କାର୍ଯ୍ୟକ୍ରମ ।