ଆଜିଠୁ ପୁଣି ବଢିବ ତାତି

ଆଜିଠାରୁ ୪ଦିନ ଯାଏ ରାଜ୍ୟରେ ଉପରମୁହାଁ ରହିବ ପାରଦ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ୧୭ ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ । ୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୪ ତାରିଖ ବେଳକୁ ପାଖାପାଖି ୧୧ ଜିଲ୍ଲାରେ ଉଷ୍ଣ ଆର୍ଦ୍ର ପାଣିପାଗ ସ୍ଥିତି ରହିବ ।