ଧରାପଡ଼ିଲା KBN ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା

ଭୁବନେଶ୍ୱର: ଶେଷରେ ଧରାପଡ଼ିଲା କେବିଏନ୍ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା । କିଛିଦିନ ପୂର୍ବରୁ କେବିଏନ୍ ଗ୍ରୁପର ସଦସ୍ୟମାନେ ବିଳମ୍ବିତ ରାତ୍ରିରେ ରାଜରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କରାଜ ସୃଷ୍ଟି କରିଥିଲେ । ଏଥିସହ ରାସ୍ତା ଉପରେ ବାର୍ଡ ଡେ’ ପାର୍ଟି କରି ଭିଡିଓ ଭାଇରାଲ୍ କରିଥିଲେ । ତେବେ ବହୁଦିନ ପୋଲିସ ଗ୍ୟାଙ୍ଗର ମୁଖିଆ ବୁବୁକୁ ଖୋଜୁଥିବା ବେଳେ ଶେଷରେ ପୋଲିସ ତାକୁ ଧରିବାରେ ସକ୍ଷମ ହେବା ସହ ତା’ ନିକଟରୁ ଏକ ଖଣ୍ଡା ଜବତ କରିଛି ।