ପଦ୍ମପୁର ସହର ମୁହାଁ ଭାଲୁ

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ସହର ରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଗୋବର୍ଦ୍ଧନ ଅଞ୍ଚଳରେ ଗତକାଲି ରାତିରେ ଏକ ମହିଳା ଓ ପୁରୁଷ ଉଭୟ ଦୁଇଟି ଭାଲୁ ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଥିଲେ।ତେବେ ଦ୍ବୟ ଭାଲୁ ବିଛେଦ ହେବା ପରେ ଏକ ଭାଲୁ ପଦ୍ମପୁର ସହର ମୁହାଁ ହୋଇଥିଲା।ଫଳରେ ଲୋକମାନେ ଭୟଭିତ ହୋଇଥିଲା। ଗୋବର୍ଦ୍ଧନ କାଜୁ ଜଙ୍ଗଲରୁ ଯୋଗୀମଠ ବିଲ ଦେଇ ବନାଯାେଡି ଛକ ନିକଟସ୍ଥ ନର୍ସରୀ ରେ ପ୍ରବେଶ କରିଛି।ଭାଲୁ ଦେଖିଵାକୁ ପଦ୍ମପୁର ଆଖପାଖ ଅଞ୍ଚଳର ବହୁ ଲୋକ ଗହଳି କରିଥିଲେ।ମାତ୍ର ଭାଲୁ ଭୟରେ ଯୋଗୀମଠ ନର୍ସରୀ ଭିତରେ ଥିବା ଲଟାବୁଦାରେ ରହିଯାଇଥିଲା।ଖବର ପାଇ ପଳାସପଙ୍ଗା ଫରେଷ୍ଟର କୃଷ୍ଣଚନ୍ଦ୍ର ଦାସ,ପଦ୍ମପୁର ମେଗାନର୍ସରୀ ଫରେଷ୍ଟର ଜ୍ୟୋସ୍ନାରାଣୀ ବେହେରା ସମେତ କେନ୍ଦୁଝର ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ରରେ ସତର୍କ ସୂଚନା ଦରବା ଦେବା ସହିତ ଭାଲୁକୁ ଘୋଉଡାଇବାକୁ ଉଦ୍ୟମ ଜାରି ରଖିଛ।କେନ୍ଦୁଝର ଜିଲ୍ଲା ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ।