ଖବର କାଗଜ ବିତରକଙ୍କ ଦେହାନ୍ତ

ଚମ୍ପୁଆ: ବୁଧବାର ସକାଳେ ଚମ୍ପୁଆର ଜଣାଶୁଣା ଖବର କାଗଜ ବିତରକ ଓଁକାର ସାହୁଙ୍କ କେନ୍ଦୁଝର ଜିଲ୍ଲା ଡାକ୍ତର ଖାନାରେ ଦେହାନ୍ତ ଘଟିଛି। ସେ ଗତ ୮ ଦିନ ଧରି ଅସୁସ୍ଥ ହୋଇ ପୀଡ଼ିତ ଥିଲେ। ଗତ କାଲି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଆଜି ସକାଳୁ ତାଙ୍କର କଳା ଝାଡ଼ା ହୋଇଥିଲା। ସେ ଆଜି ସକାଳୁ କେନ୍ଦୁଝର ଡାକ୍ତର ଖାନକୁ ସ୍ଥାନାନ୍ତରିତ ହୋଇଥିଲେ।ସେ ଗତ ୩୦ବର୍ଷ ଧରି ବିଭିନ୍ନ ଖବର କାଗଜ ଚମ୍ପୁଆ ବସ ଷ୍ଟାଣ୍ଡ ନିକଟରେ ବିକ୍ରି କରୁଥିଲେ । ତାଙ୍କ ମୃତ୍ୟ ଖବର ପାଇ କେନ୍ଦୁଝର ଜିଲ୍ଲା ରେ ଶୋକ ପ୍ରକାଶ କରିବା ସହ ଚମ୍ପୁଆ ପ୍ରେସ କ୍ଲବ ତ୍ରଫରୁ ଗଭୀର ଶୋକ ପ୍ରକାଶ କରଛନ୍ତି।