ପାଟି ଖୋଲିବେ କି, ପାତ୍ର ବାବୁ ?

ଭୁବନେଶ୍ୱର : ପାଟି ଖୋଲିବେ କି, ପାତ୍ର ବାବୁ ? ଯେଉଁ ବିଧାନସଭା, ଲୋକସେବା ଭବନକୁ କର୍ମଜୀବୀ ସାମ୍ବାଦିକ‌ ଆଜି ଯାଏଁ ଯାଇପାରୁନାହାନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲଗାଯାଇଛି, ସେଠାକୁ ଏହି ଠକ ଚାନ୍ଦ/ନାଗ ଦମ୍ପତିଙ୍କ କିପରି ଥିଲା ଅବାଧ ପ୍ରବେଶ, କ’ଣ ରାଜନୈତିକ ଚେହେରା ବନିବାର ଯୋଜନା ରଖିଥିଲେ ଉଭୟ, ଏପରିକି ଶାସକ ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜେ ଏ ଦୁହିଁଙ୍କ ନୂଆ ବାସଭବନ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ଓ ଏମାନଙ୍କ ସହ ଉଠାଯାଇଥିବା ଫୋଟୋ ଅନେକ ପ୍ରଶ୍ନ ସୃଷ୍ଟି କରିଛି, ସୂଚନାଯୋଗ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଫୋଟୋ ସମ୍ପର୍କରେ ଏଯାଏଁ କିଛି ସ୍ପଷ୍ଟୀକରଣ ରଖି ନାହାନ୍ତି ସୂର୍ଯ୍ୟ ନାରାୟଣ ପାତ୍ର