ଏସଡ଼ି ଇଭେଣ୍ଟ ର କ୍ଲବ ସାଉଣ୍ଡ ଡିଜେ ନାଇଟ ୨୦୨୪ ଅନୁଷ୍ଠିତ

କେନ୍ଦୁଝର: କେନ୍ଦୁଝର ସହରର ମାଇନିଙ୍ଗ ରୋଡ଼ ରାମ ମନ୍ଦିର ସମ୍ମୁଖରେ ଇଂରାଜୀ ନବବର୍ଷ ୨୦୨୪ଉପଲକ୍ଷେ ଏସଡ଼ି ଇଭେଣ୍ଟ ଏଣ୍ଡ ସର୍ଭିସେସ ର ଆୟୋଜନ ରେ କ୍ଲବ ସାଉଣ୍ଡ ଡିଜେ ନାଇଟ ୨୦୨୪ ଧୂମଧାମ ରେ ଅନୁଷ୍ଠିତ ହୋଇଯାଇଛି। ଯୁବ କଂଗ୍ରେସ କେନ୍ଦୁଝର ଜିଲ୍ଲା ସଭାପତି ତଥା ଏସଡ଼ି ଇଭେଣ୍ଟ ଏଣ୍ଡ ସର୍ଭିସେସ ର ଆବାହକ ଯୁବନେତା ସୁନେଶ ଧୀର ଙ୍କ ନେତୃତ୍ୱରେ ଅନୁଷ୍ଠିତ।

ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ,ସିଟିଜି ର ନିର୍ଦେଶକ ଆର୍ଟିଏନ. ରାଜେନ୍ଦ୍ର ପଲେଇ,ଶିଳ୍ପପତି ଓ ବିଶିଷ୍ଟ ନେତୃତ୍ୱ ମାନେ ଅତିଥିଭାବେ ଉପସ୍ଥିତ ରହି କେନ୍ଦୁଝର ର ଯୁବ ବର୍ଗ ଙ୍କୁ ଅନୁଆଁ ବର୍ଷ ର ଶୁଭେଚ୍ଛା ଜଣାଇବା ସହିତ ରାଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହଭାଗି ହୋଇଥିଲେ।

ବାଜା ବଜାଇ ବାଣ ଫୁଟାଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା।ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମି ଥିଲେ ଉପସ୍ଥିତ ସମସ୍ତ ଦର୍ଶକ। ଶେଷରେ ବାଣ ଫୁଟାଇ ଡିଜେ ବଜାଇ ରାତି ୧୨ଟା ରେ ୨୦୨୩ କୁ ବିଦାୟ ଦେଇ ୨୦୨୪କୁ ସ୍ୱାଗତ କରିଥିଲେ ଉପସ୍ଥିତ ସମସ୍ତ ଉଦ୍ୟକ୍ତା ଓ ସମବେତ ଦର୍ଶକ।