ସ୍ଲୋରି ପାଇପ ଲାଇନ କୁ ବିରୋଧ କରି ୩ ବିଜେଡି ବିଧାୟକ ଙ୍କୁ ଜିଲା ଟ୍ରକ ମାଲିକ ସଂଘ ଦେଲେ ଦାବୀ ପତ୍ର

ଯାହା ଫଳରେ ପୋଲିସ ଟ୍ରକ ମାଲିକ ଙ୍କ ନାମରେ ମାମଲା ରୁଜୁ କରି କିଛି ଟ୍ରକ ମାଲିକ ଙ୍କୁ ଜେଲ କୁ ପଠାଇଦେଇଥିଲେ……

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଟ୍ରକ ପରିବର୍ତେ ସ୍ଲୋରି ପାଇପ ଲାଇନ ରେ ଲୁହାପଥର ପରିବହନ କୁ ବିରୋଧ କରି ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ଜିଲାର ତିନି ଜଣ ବିଧାୟକ ଘଷିପୁରା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବଦ୍ରୀ ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ର ଅଧକ୍ଷ ଜଗନ୍ନାଥ ନାଏକ ଙ୍କୁ ଜିଲା ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ଯୁଗ୍ମ ସମ୍ପାଦକ ଦେବୁ ପଟ୍ଟନାୟକ ଓ ଉପ ସଭାପତି ଦିଲ୍ଲୀପ ପଣ୍ଡା ଙ୍କ ସହ ବହୁ ଟ୍ରକ ମାଲିକ ମାନେ ଭେଟି ସ୍ଲୋରି ପାଇପ ଲାଇନ କୁ ବିରୋଧ କରି ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏଥିସହିତ ଯଦି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଜିଲା ଟ୍ରକ ମାଲିକ ସଂଘ ରାଜ ରାସ୍ତା କୁ ଓଲ୍ହାଇ ଆନ୍ଦୋଳନ କରିବାନେଇ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ବାଂଶପାଳ ବ୍ଲକ ତଳ କଦକଳା ରେ ଜିଲା ଟ୍ରକ ମାଲିକ ସଂଘ ସ୍ଲୋରି ପାଇପ ଲାଇନ କୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ ।

କିନ୍ତୁ କିଛି ଷଡଯନ୍ତ୍ର କାରୀ ଟ୍ରକ ମାଲିକ ସଂଘ କୁ ବଦନାମ କରିବା ପାଇଁ ଘଟଣା ସ୍ଥଳରେ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା ଫେରିଆସିବା ପରେ ସେଠାରେ ଥିବା ମେସିନ ରେ ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ପୋଲିସ ଟ୍ରକ ମାଲିକ ଙ୍କ ନାମରେ ମାମଲା ରୁଜୁ କରି କିଛି ଟ୍ରକ ମାଲିକ ଙ୍କୁ ଜେଲ କୁ ପଠାଇଦେଇଥିଲେ । ଏନେଇ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ତୀବ୍ର ନିନ୍ଦା କରିଛି ଜିଲା ଟ୍ରକ ମାଲିକ ସଂଘ । ସେନେଇ ଜିଲା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ମାନେ ଜିଲା କାରାଗାର କୁ ଯାଇ ଟ୍ରକ ମାଲିକ ଙ୍କୁ ଭେଟିବା ସହ ଜିଲା ବିଜେଡି ଅଫିସ ଠାରେ ବିଧାୟକ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।