ଆଜି ଅଙ୍ଗନୱାଡ଼ି ଦିଦି ମାନେ ଧାରଣା ରେ ବସିଛନ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ, ର ଅଙ୍ଗନୱାଡ଼ି ଦିଦି ମାନେ ସି ଡ଼ି ପି ଓ ଅଫିସ ସାମନାରେ ଧାରଣାରେ ବସିବା ର ଦେଖିବାକୁ ମିଳିଛି । ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ହେଉଥିବା ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାରକର ଆସୋସିଏସନ୍ ର ଦିଦି ସଂଘ ର ନିଷ୍ପତି କ୍ରମେ ଚାରି ଦଫା ଦାବି କୁ ନେଇ ନିଜ କାର୍ଯ୍ୟ କୁ ବନ୍ଦ କରି ଧାରଣାରେ ବସିଛନ୍ତି ।ଦାବି ରଖିଛନ୍ତି ୧.ଅଙ୍ଗନୱାଡ଼ି ଦିଦି ମାନଙ୍କ ସରକାରୀ ମାନ୍ୟତା ଘୋଷଣା କରାଯାଉ ।୨) ମାସକୁ ଏକୋଇଶି ହଜାର ଦରମା ପ୍ରଦାନ କରାଯାଇ ସହାୟିକା ମାନଙ୍କୁ ୧୨୦୦୦ ଟଙ୍କା ପ୍ରଦାନ କରା ଯାଉ ୩)ମିନି ଅଙ୍ଗନୱାଡ଼ି କୁ ଅଙ୍ଗନୱାଡ଼ି କର୍ମଚାରୀ ଘୋଷଣା କରାଯାଉ ୪)ଗରମ ରନ୍ଧା ଖାଦ୍ୟର ମାନ ବୃଦ୍ଧି କରାଯାଉ

ଯୋଉ ପର୍ଯ୍ୟନ୍ତ ସରକାର ଚାରି ଦଫା ଦାବି ପୂରଣ ନ କରନ୍ତି ଆମେ ଆନ୍ଦୋଳନ ରୁ ଉଠିବୁ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଭାରତ ମାତାଙ୍କ ଫୋଟ ରଖି ପୁଷ୍ପ ମାଲ୍ୟ ଅର୍ପଣ କରି ଧାରଣା ରେ ବସି ଛନ୍ତି ।