ଚାଜ୍‌ସିଟ୍‌ ଦାଖଲ ଗଡାଇବା ଘଟଣା

ସବ୍‌-ଇନ୍ସପେକ୍ଟର ନିଲମ୍ବିତ, ଥାନା ଅଧିକାରୀଙ୍କୁ ରିପୋର୍ଟ ତଲବ

ଖୋର୍ଦ୍ଧା: ବ୍ରାଉନସୁଗର ମାମଲାରେ ବୋଲଗଡ ପୁଲିସ ନିର୍ଦ୍ଧାରିତ ସମୟ ଭିତରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ ନକରିବା ଘଟଣାରେ ଏସ୍‌ପି ବିବେକାନନ୍ଦ ଶର୍ମା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସ୍‌ପି ଶ୍ରୀଶର୍ମା ତଦନ୍ତକାରୀ ଅଧିକାରୀ ତଥା ବୋଲଗଡ ଥାନା ସବ୍‌-ଇନ୍ସପେକ୍ଟର ହାଡିବନ୍ଧୁ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେହିପରି ବୋଲଗଡ ଥାନା ଅଧିକାରୀ ସୁକାନ୍ତ ଦଳାଇଙ୍କୁ ତଲବ କରିଥିବା ଜଣାପଡିଛି। ଗତ ଅକ୍ଟୋବର ୨୭ରେ ବୋଲଗଡ ପୁଲିସ ବ୍ରାଉନସୁଗର କାରବାର ଘଟଣାରେ ସାତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏ ଘଟଣାରେ ପୁଲିସ ୨୫୬/୨୫ରେ ମାମଲା ରୁଜୁ କରିଥିଲା।
ଏ ମାମଲା ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ବିଚାରଧୀନ ଥିଲା।

ମାତ୍ର ନିୟମ ଅନୁସାରେ ଅତିବେଶୀ ୧୮୦ ଦିନ ମଧ୍ୟରେ ବୋଲଗଡ ପୁଲିସ ମାମଲା ଚାଜ୍‌ସିଟ୍‌ ଦାଖଲ ନିୟମ ଥିବାବେଳେ ବୋଲଗଡ ପୁଲିସ ଚାଜସିଟ୍‌ ଦାଖଲ ସମୟ ଗଡାଇ ଗଡାଇ ଚାଲିଥିଲା। ଏପଟେ ଚାଜ୍‌ସିଟ୍‌ ଦାଖଲ ବିଳମ୍ବ ହେବାରୁ ଗତ ୨୯ ତାରିଖରେ ବୋଲଗଡ ପୁଲିସ ଗିରଫ କରିଥିବା ସମସ୍ତ ବ୍ରାଉନସୁଗର ବେପାରୀଙ୍କୁ କୋର୍ଟରୁ ଜାମିନ ମିଳିଯାଇଥିଲା। ସରକାରୀ ଆଇନଜୀବୀ ରଜନୀ କାନ୍ତ ପଟ୍ଟନାୟକ ପୁଲିସ ଅବହେଳା ନଚେତ କର୍ତବ୍ୟରେ ଅବହେଳା ଫଳରେ ଅଭିଯୁକ୍ତଙ୍କୁ ଜାମିନ ମିଳିଯାଇଥିବା ଏସ୍‌ପିଙ୍କୁ ଅବଗତ କରିଥିଲେ।