ଓଡ଼ିଶାବାସୀଙ୍କୁ ଧୋକା ନବୀନଙ୍କ ଓଡ଼ିଆ ଦସ୍ତଖତ

ଭୁବନେଶ୍ୱର: ଆପଣମାନେ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଦସ୍ତଖତକୁ ଦେଖିଥିବେ;  ଜାଣନ୍ତି; ସେ ଦସ୍ତଖତ ଖୋଦ୍‌ ନବୀନ ପଟ୍ଟନାୟକଙ୍କ ସ୍ୱହସ୍ତ ଲିଖିତ ନୁହେଁ । ସତ ହେଉଛି, ନବୀନ ପଟ୍ଟନାୟକ କେବେ କୋଉଠି ଓଡ଼ିଆରେ ଦସ୍ତଖତ କରିନାହାନ୍ତି । ଆଉ ଜଣେ ବ୍ୟକ୍ତିଙ୍କ ହାତଲେଖା ‘ନବୀନ ପଟ୍ଟନାୟକ’କୁ ଆପଣମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଜ୍ଞାପନରେ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଭାବେ ଦେଖିବାକୁ ପାଉଛନ୍ତି । ଓଡ଼ିଶାର ସାଢେ଼ ଚାରିକୋଟି ଲୋକଙ୍କୁ ୟା’ଠାରୁ ବଳି ବଡ଼ ଧୋକା ଆଉ କ’ଣ ହୋଇପାରେ?

ଆମର ଏ ଖବରଟି ମିଛ ହୋଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲା ଦରବାରରେ ଓଡ଼ିଶାର ଜନତାଙ୍କୁ ଓଡ଼ିଆରେ ଦସ୍ତଖତ କରି ଆମକୁ ମିଛୁଆ ପ୍ରମାଣ କରନ୍ତୁ ।

ଓଡ଼ିଶା ରାଜନୀତିରେ ପାଦ ରଖିବା ଦିନଠାରୁ ନବୀନ ପଟ୍ଟନାୟକ ପ୍ରତିଦିନ ଓଡ଼ିଆଙ୍କୁ ବିଭିନ୍ନ ବାଟରେ ଧୋକା ଦେଇ ଆସୁଛନ୍ତି । ନିରୀହ ସରଳ ଓଡ଼ିଆ ପରିବାର ତାଙ୍କର ପ୍ରତିଟି ଦୋମୁହାଁ ନୀତିକୁ ନିରବରେ ସହି ଯାଉଛନ୍ତି ।