ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା

ଭୁବନେଶ୍ୱର(ଏସ୍ ନ୍ୟୁଜ): ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କଥା ଟ୍ୱିଟ୍ କରି ଜଣାଇଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ତାଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏନେଇ ସେ ଡାକ୍ତରଙ୍କ ପରାମର୍ଶ ଓ କୋଭିଡ୍ କଟକଣା ମାନି ହୋମ ଆଇସୋଲେସନରେ ଅଛନ୍ତି।

ଅନ୍ୟପଟେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କୋଭିଡ୍ ଟେଷ୍ଟ କରିନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ଚାଲିଥିବା ରାଜ୍ୟସଭା ଅଧିବେଶନରେ ସର୍ବକନିଷ୍ଠ ସାଂସଦ ଭାବେ ଗୃହରେ କିଛି ସମୟ ପାଇଁ ସେ ଅଧ୍ୟକ୍ଷ ଭାର ତୁଲାଇଥିଲେ । ଯାହାକି ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବ ଆଣିଥିଲା ।