ଆକାଉଣ୍ଟାଣ୍ଟ-କମ-ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଁ ଓଡ଼ିଶା କ୍ୟାବିନେଟରେ ନିଷ୍ପତ୍ତି

ଭୁବନେଶ୍ଵର(ସାକ୍‌ସୀ ନ୍ୟୁଜ): ସରକାରୀ କାର୍ଯ୍ୟରେ ସମୟାନୁବର୍ତ୍ତିତା ନିୟନ୍ତ୍ରଣ, ଫଳପ୍ରଦ ଯୋଜନାର ରେକର୍ଡ ଓ ଉତ୍ତମ ଆର୍ଥିକ ପରିଚାଳନା ନିମନ୍ତେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ଗୁଡିକରେ ଆକାଉଣ୍ଟାଣ୍ଟ-କମ-ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଁ ଓଡ଼ିଶା କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ଏହିକ୍ରମେ, ରାଜ୍ୟ ସରକାରଙ୍କ ଦ୍ବାରା ୭୧୪୨ଟି ପଦବୀ ସୃଷ୍ଟି କରାଯାଇଥିବାବେଳେ ଏହି ଆକାଉଣ୍ଟାଣ୍ଟ-କମ-ଡାଟା ଏଣ୍ଟ୍ରି ଅପରେଟରମାନେ ଗ୍ରାମ ପଞ୍ଚାୟତ ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବେ।