ରାଜ୍ୟରେ ହଜାରେ ଟପିଲା କରୋନା ମୃତ୍ୟୁ ସଂଖ୍ୟା


ଭୁବନେଶ୍ବର (ଏସ୍ ନ୍ଯୁଜ): ଆଜି ରାଜ୍ୟରେ ୨୮୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧ ହଜାରକୁ ବୃଦ୍ଧି ପାଇଛି । କରୋନା ମୃତ୍ୟୁ ସଂଖ୍ୟା ୧୦୦୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କଟକରୁ ୨, ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ସୁନ୍ଦରଗଡ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୫୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୯ ହଜାର ୬୯୩କୁ ବୃଦ୍ଧି ପାଇଛି।

୩୦ଟି ଜିଲ୍ଲାରୁ ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୫, ଗଞ୍ଜାମ ଜିଲ୍ଲାରୁ ୩୯, ବଲାଙ୍ଗୀର ଜିଲ୍ଲାରୁ ୯୭, ବାଲେଶ୍ବର ଜିଲ୍ଲାରୁ ୧୧୬, କୋରାପୁଟ ଜିଲ୍ଲାରୁ ୪୬, ଭଦ୍ରକରୁ ୬୬, ରାୟଗଡ଼ା ଜିଲ୍ଲାରୁ ୨୯, ପୁରୀ ଜିଲ୍ଲାରୁ ୧୧୪, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୩, ଜଗତସିଂହପୁର ଜିଲ୍ଲାରୁ ୬୮, ସମ୍ବଲପୁର ଜିଲ୍ଲାରୁ୧୧୩, କଳାହାଣ୍ଡି ଜିଲ୍ଲାରୁ ୧୦୫, ଯାଜପୁର ଜିଲ୍ଲାରୁ ୯୯, କନ୍ଧମାଳ ଜିଲ୍ଲାରୁ ୪୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୧, ମାଲକାନଗିରି ଜିଲ୍ଲାରୁ ୬୧, ଗଜପତି ଜିଲ୍ଲାରୁ ୧୯, ମୟୂରଭଞ୍ଜ ଜିଲ୍ଲାରୁ ୧୨୭ , ଝାରସୁଗୁଡ଼ା ଜିଲ୍ଲାରୁ ୧୦୫, ଢେଙ୍କାନାଳ ଜିଲ୍ଲାରୁ ୪୩, ନବରଙ୍ଗପୁର ଜିଲ୍ଲାରୁ ୯୨, କେନ୍ଦୁଝର ଜିଲ୍ଲାରୁ ୬୭, ସୁବର୍ଣ୍ଣପୁର ଜିଲ୍ଲାରୁ ୭୯, ଅନୁଗୁଳ ଜିଲ୍ଲାରୁ ୧୩୧, ବରଗଡ଼ ଜିଲ୍ଲାରୁ ୯୫, ନୂଆପଡ଼ା ଜିଲ୍ଲାରୁ ୮୩, ଦେବଗଡ଼ରୁ ୧୬ ଓ ବୌଦ୍ଧ ଜିଲ୍ଲାରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୮୮ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ମୋଟ୍ ୨,୨୦,୩୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮,୨୪୬ ରହିଛି।