୪ରୁ ଚିଲିକାରେ ପକ୍ଷୀ ଓ ଡଲଫିନ ଗଣନା

ପୁରୀ: ଏଥର ଚିଲିକାକୁ ୧୧୮ ଜାତିଜାତିକା ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି । ୪ ତାରିଖରୁ ପକ୍ଷୀ ଗଣନା ଆରମ୍ଭ କରାଯିବ । ୨୧ ତାରିଖରୁ ଡଲଫିନ ଗଣନା ଆରମ୍ଭ କରାଯିବ । ତା’ ପୂର୍ବରୁ ପକ୍ଷୀଗଣନା ପାଇଁ ବୈଷୟିକ ତାଲିମ ଦିଆଯିବ ।

ବାଲୁଗାଁ, ଟାଙ୍ଗୀ, ରମ୍ଭା, ସାତପଡ଼ା ଓ ଚିଲିକା ଅଂଚଳରେ ପକ୍ଷୀଗଣନା କରିବେ ୨୩ଟି ପ୍ରଶିକ୍ଷିତ ଦଳ । ପ୍ରତି ଟିମକୁ ଜିପିଏସ,  ଦୂରବୀକ୍ଷଣ ଓ ୱାକିଟକି ଯୋଗାଇ ଦିଆଯିବ । ପକ୍ଷୀଗଣନା ଭୋର ୬ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଚାଲିବ ।