ଦିନ ୧.୩୦: ଶ୍ରୀମନ୍ଦିର ପରିକ୍ରମା ପଥ ଲୋକାର୍ପଣ

ଭୁବନେଶ୍ୱର: ବୁଧବାର ଦିନ ସାଢେ଼ ଗୋଟାଏରେ ଶ୍ରୀମନ୍ଦିର ପରିକ୍ରମା ପଥକୁ ଲୋକାର୍ପଣ କରାଯିବ । କାହିଁ କେଉଁ ଅମଳରୁ ମେଘନାଦ ପାଚେରୀ ଚାରିକଡ଼କୁ ମାଡ଼ିବସି ଉପଭୋଗ କରି ଆସୁଥିଲେ କିଛି ପରିବାର ଯାହା ଫଳରେ ଜଗନ୍ନାଥପ୍ରେମୀ ଶ୍ରୀମନ୍ଦିର ପରିକ୍ରମା କରି ନପାରି ବହୁ ପୂଣ୍ୟ ହରାଉଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୃପାରୁ ମେଘନାଦ ପାଚେରୀ ଚାରିକଡ଼କୁ ଯେକୌଣସି ଉପାୟରେ ଖାଲି କରାଗଲା । ଭକ୍ତଙ୍କ ପାଇଁ ପରିକ୍ରମା ପଥ ତିଆରି କରାଗଲା । ଏଣିକି ଭକ୍ତମାନେ ବିନା ବାଧାରେ ପରିକ୍ରମା ପଥ ଦେଇ ମେଘନାଦ ପାଚେରୀ ଚାରିକଡ଼ ବୁଲିପାରିବେ ଓ ମହାପ୍ରଭୁ ଜଗନ୍ନାଥଙ୍କ କରୁଣା ଲାଭ କରିପାରିବେ ।

ସୂଚନା ମୁତାବକ ଦିନ ପ୍ରାୟ ସାଢେ଼ ୧୨ଟାରେ ଦିବ୍ୟସିଂହଦେବ ଶ୍ରୀନଅରରୁ ବାହାରିବେ । ଯଜ୍ଞସ୍ଥଳରେ ପହଂଚିବା ପରେ ଗଜପତି ମହାରାଜା ଯଜ୍ଞକୁଣ୍ଡରେ ଆହୁତି ପ୍ରଦାନ କରିବେ । ବିଗତ ତିନିଦିନ ଧରି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ସମାପନ କରିବେ ।