୫ଟି ଆର୍‌ଆଇ ସର୍କଲ ଘୋଷିତ : ଖୁବ୍‌ଶୀଘ୍ର ପଦକ୍ଷେପ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ରାଜସ୍ୱ ବିଭାଗର ରାଜସ୍ୱ ଦେଣନେଣ ଓ ଜଷ୍ଟିସ୍‌ ଏଟ୍‌ ଦି ଟୋର୍‌ ଷ୍ଟେପ୍‌ ନ୍ୟାୟରେ ରାଜ୍ୟରେ ଅଧିକ ଆର୍‌ଆଇ ସର୍କଲ ଘୋଷିତ ହୋଇଥିବା ବେଳେ ବାଲେଶ୍ୱର ଜିଲାରେ ୪୫ଟି ନୂତନ ଆର୍‌ଆ୍‌ ସର୍କଲ ପ୍ରତିଷ୍ଠା ହୋଇଛି । ଏଥିରୁ ଜଳେଶ୍ୱରର ଦକ୍ଷିଣ ପ୍ରହରାଜପୁର, ରାଇବଣିଆ, ମହମ୍ମଦନଗରପାଟଣା, ଗୋବରଘଟା ଓ ଗୋପୀମୋହନପୁର ନୂତନ ଆର୍‌ଆଇ ସର୍କଲ ଘୋଷିତ ହୋଇଛି । ପୂର୍ବରୁ ଥିବା ନାମ୍ପୋ, ପଶ୍ଚିମବାର୍ଡ, ଜଳେଶ୍ୱର ସଦର, ଜମାଳପୁର, ଖୁଆଡ, ସରଡିହା, ଓଲମରା ଆର୍‌ଆଇ ସର୍କଲ ସହିତ ଉକ୍ତ ୫ଟି ଆର୍‌ଆଇ ସର୍କଲ ହେବା ଫଳରେ ଜନସାଧାରଣ ଉପକୃତ ହେବେ ବୋଲି ଏଠାରେ ଏକ ସଭାରେ ବିଧାୟକ ଅଶ୍ୱିନୀ ପାତ୍ର ଓ ତହସିଲଦାର ଶଂକର ପଟ୍ଟନାୟକ ପ୍ରକାଶ କରିଛନ୍ତି ।