ମୋ ବସରେ ଲୁଟ; ଦମ୍ପତ୍ତିଙ୍କ ଠାରୁ ନେଇଗଲେ ୪୨ ହଜାର ଟଙ୍କା

ଭୁବନେଶ୍ୱର: ମୋ ବସରେ ଯାତ୍ରା କରୁଥିଲେ ହୋଇ ଯାଆନ୍ତୁ ସାବଧାନ । କାରଣ ମୋ ବସରେ ଲୁଟର ଶିକାର ହେଉଛନ୍ତି ଯାତ୍ରୀ । ତେବେ ବର୍ତ୍ତମାନ ମୋ ବସରୁ ୪୨ ହଜାର ଟଙ୍କା ଲୁଟ ହୋଇଥିବାର ଖବର ସାମ୍ନାକୁ ଆସିଛି । ବାଣୀବିହାରରୁ ବରମୁଣ୍ଡା ଯାଉଥିବା ବେଳେ ମୋ ବସରୁ ଲୁଟ ହୋଇଛି । ଲୁଟର ଶିକାର ହୋଇଛନ୍ତି ଦମ୍ପତ୍ତି । ସମ୍ପୃକ୍ତ ଘଟଣାକୁ ନେଇ ଦମ୍ପତ୍ତି ନୟାପଲ୍ଲୀ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ଜୟଦେବ ବିହାର ଛକରେ କେହି ଜଣେ ତାଙ୍କ ପର୍ସ ନେଇଥିବାର ସେମାନେ ସନ୍ଦେହ କରିଥିଲେ । ଏଣୁ ଜୟଦେବ ବିହାର ଛକରେ ଓହ୍ଲାଇ ଜଣେ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ । କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଦମ୍ପତ୍ତି କିଛି ବି ପାଇ ନଥିଲେ । ଏହି ସମୟରେ ମୋ ବସ ନଅଟକି ସେଠାରୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି ।